fbpx

୩ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପିଏମ ମୋଦୀଙ୍କ ପ୍ରଥମ ‘ମନ୍ କୀ ବାତ୍‌’

Advertisement

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ସମୟରେ ପୂର୍ବରୁ ଚାଲିଥିବା ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍ ବର୍ତ୍ତମାନ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ଶୁଭେଚ୍ଛା ଜଣାଇଲେ । ଆଜିର ଦିନରେ ଇଂରେଜ ସାସନ ବିରୋଧରେ ଆଦିବାସୀ ଅସ୍ତ୍ର ଉଠାଇଥିଲେ । ବର୍ଷା ଋତୁର ଆଗମନ ଓ ଏହାର ପ୍ରସ୍ତୁତି ନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । କେରଳରେ ସ୍ୱତନ୍ତ୍ର ପ୍ରକାର ଛତା ତିଆରି ନେଇ କହିଲେ । ଆସନ୍ତା ପ୍ୟାରିସ ଅଲିମ୍ପିକ୍ସ ନେଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ।

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ନିର୍ବାଚିତ ସମସ୍ତ ବିଜେପି ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଲେ ସମସ୍ତ ନେତୃବୃନ୍ଦ ।

ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି । କୁଏତ ନ୍ୟାସନାଲ ରେଡିଓରେ ହିନ୍ଦୀ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ପ୍ରତି ରବିବାର କୁଏତରେ ଅଧ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ଦିନକୁ ଦିନ ଯୋଗ ଅଧିକରୁ ଅଧିକ ଦେଶ ଆପଣାଉଛନ୍ତି । ମିଆଁମାର, ସାଉଦି ଆରବ ଓ ଅନ୍ୟାନ୍ୟ ଦେଶରେ ଗ୍ରହଣୀୟତା ବଢିଛି । ଭାରତୀୟ ଉତ୍ପାଦ କଫି ର ମଧ୍ୟ ବିଶ୍ୱ ଦରବାରରେ ଚାହିଦା ବଢିଛି । ପ୍ରାଚୀନ ଭାଷା ସଂସ୍କୃତର ଗୁରୁତ୍ୱ ବଖାଣିଲେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.