fbpx

କେନ୍ଦ୍ର ସରକାରଙ୍କ ନୂଆ ବର୍ଷର ଉପହାର , ୨୦୨୪ ନିର୍ବାଚନ ପାଇଁ ସାଜିବ କି ଟ୍ରମ୍ପ କାର୍ଡ !

ନୂଆଦିଲ୍ଲୀ:ଗତକାଲି ପ୍ରଧାନମନ୍ତ୍ରୀ ନୂଆବର୍ଷ ପୂର୍ବରୁ ହିଁ ଦେଶବାସୀଙ୍କୁ ନୂତନବର୍ଷର ଉପହାର ଦେଇଛନ୍ତି । ଗତକାଲି ପୁଣିଥରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଗେଇ ଦେବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ଦେଖିବାକୁ ଗଲେ ମୋଦୀ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏହାକୁ ଏକ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରିଛନ୍ତି । ଶାସକଦଳ ବିଜେପି ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଛି ଯାହା ପାଇଁ ଆଗକୁ ରାସ୍ତା ଟିକି, ସଫା ହୋଇଯାଇଛି । ଜାତୀୟ ସୁରକ୍ଷା ଆଇନର ରିପୋର୍ଟ ଅନୁସାରେ ବର୍ତ୍ତମାନ ୮୦ କୋଟିରୁ ଅଦିକ ଲୋକ ଏହି ମାଗଣା ଖାଦ୍ୟ ଶସ୍ୟ ପାଇବେ ଯାହା ପାଇଁ ତାଙ୍କୁ ଅର୍ଥ ଦେବାକୁ ପଡିବ ନାହିଁ ।

ସୂଚନାମୁତାବକ ଏହି ଯୋଜନାରେ କେନ୍ଦ୍ର ସରକାର ପ୍ରତିବର୍ଷ୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୱାନ ନେସନ ୱାନ ରାସନକାର୍ଡ ପରେ ଏହି ଅର୍ଥ ରାଶିର ସୂଚନା ଦିଆଯାଇଛି । ତେବେ ସୂଚନା ଅନୁସାରେ ଏବେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସରକାର ମାଗଣା ଶସ୍ୟ ଦେବେ। ଆଉ ଏହାର ସମ୍ପୂର୍ଣ୍ଣ ଭରଣ କେନ୍ଦ୍ର ବହନ କରିବ।

କେବଳ ଏତିକି ନୁହେଁ ମୋଦୀ ସେନାବାହିନୀରୁ ଅବସର ନେବା ପରେ ପେନସନଭୋଗୀ ତଥା ଦେଶର ଗରିବ ଲୋକଙ୍କୁ ଉପହାର ଦେବା ପାଇଁ ଶୁକ୍ରବାର ଦୁଇଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ୱାନ୍ ରାଙ୍କ୍ ୱାନ୍ ପେନ୍ସନ୍- OROP ଯୋଜନାରେ ଉନ୍ନତି ହୋଇଛି ଏବଂ ବର୍ତ୍ତମାନ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ଗରିବ ଲୋକଙ୍କୁ ଆସନ୍ତା ଏକ ବର୍ଷ ପାଇଁ ମାଗଣାରେ ଦିଆଯିବ । ପ୍ରଥମ ନିଷ୍ପତ୍ତିରେ ସରକାର ପ୍ରାୟ ୩୧,୦୦୦ କୋଟି ଏବଂ ଦ୍ୱିତୀୟ ନିଷ୍ପତ୍ତିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ମାଗଣା ଖାଦ୍ୟ ଶସ୍ୟ ଯୋଜନାକୁ ଆଉ ଏକ ବର୍ଷ ବିସ୍ତାର କରିବା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ।

ଅଦ୍ୟାବଧି NFSA ଅଧୀନରେ ଗରିବ ଲୋକଙ୍କୁ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଇଥିଲା ଏବଂ ଏହା ବ୍ୟତୀତ କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅଧୀନରେ ଗତ ଅଢେଇ ବର୍ଷ ଧରି ଗରିବ ଲୋକଙ୍କୁ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଇଥିଲା। ସରକାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅଧୀନରେ ଦିଆଯାଇଥିବା ଅତିରିକ୍ତ ଖାଦ୍ୟ ଶସ୍ୟର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଗରିବ ସମର୍ଥନର ପଦକ୍ଷେପ ଭାବରେ ସେମାନେ NFSA ଅଧୀନରେ ଆସନ୍ତା ବର୍ଷ ମାଗଣା ଖାଦ୍ୟ ଶସ୍ୟ ପାଇବେ। ଉଲ୍ଲେଖନୀୟ ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଡିସେମ୍ବର ୩୧, ୨୦୨୨ ରେ ଶେଷ ହେଉଥିଲା।

ଏହା ସହିତ ସରକାର ସଶସ୍ତ୍ର ବାହିନୀର ପେନସନଭୋଗୀ ଏବଂ ପରିବାର ପେନସନଧାରୀଙ୍କ ପାଇଁ ଏକ ରାଙ୍କ୍ ୱାନ୍ ପେନ୍ସନ୍ ସ୍କିମ୍ ଅଧୀନରେ ଜୁଲାଇ ୧, ୨୦୧୯ ଠାରୁ ପେନ୍ସନ୍ ସଂଶୋଧନକୁ ମଧ୍ୟ ଅନୁମୋଦନ କରିଛନ୍ତି। ସରକାର ବାର୍ଷିକ ୮,୪୫୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବା ପରେ ୨୫.୧୩ ଲକ୍ଷରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ ଏହାର ଲାଭ ପାଇବେ। ଏଥିସହ ଜୁଲାଇ ୨୦୧୯ ରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ୨୩,୬୩୮ କୋଟି ଟଙ୍କା ବାଲାନସ ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ।

ସରକାର କହିଛନ୍ତି ଯେ ସ୍ବତନ୍ତ୍ର / ଉଦାରବାଦୀ ପରିବାର ପେନ୍ସନ୍ ଏବଂ ଗ୍ୟାଲେଣ୍ଟ୍ରି ପୁରସ୍କାର ବିଜେତା ସମେତ ସମସ୍ତ ପରିବାର ପେନସନଭୋଗୀଙ୍କୁ ଗୋଟିଏ କିସ୍ତିରେ ବକେୟା ଅର୍ଥ ପ୍ରଦାନ କରାଯିବ। ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ଯୋଜନା ୨୦୨୪ରେ ଥିବା ନିର୍ବାଚନ ପାଇଁ ବେସ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.