fbpx

ଭାବିଚିନ୍ତି କୁହ, ଡିପଫେକଠାରୁ ଦୂରେଇ ରୁହ: ନିର୍ବାଚନ ପୂର୍ବରୁ ମନ୍ତ୍ରୀମାନଙ୍କୁ ଏପରି ମେସେଜ୍ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭା ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା । ସୂଚନାନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଥିଲେ କି, ଭାବିଚିନ୍ତି କଥା କୁହ ଓ ଡିପଫେକଠାରୁ ଦୂରେଇ ରୁହ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ରାଜ୍ୟସଭା ସାଂସଦମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛି । ସେ କହିଛନ୍ତି ଯେ ଜୁନ୍ ମାସରେ ଏଥର ଉପସ୍ଥାପିତ ହେବାକୁ ଥିବା ବଜେଟରେ ବିକଶିତ ଭାରତର ଝଲକ ଦୃଶ୍ୟମାନ ହେବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ଆପଣ କହିବାକୁ ଚାହାଁନ୍ତି ତେବେ ଯୋଜନା ଉପରେ କୁହନ୍ତୁ, ବିବାଦୀୟ ବିବୃତ୍ତିରୁ ଦୂରେଇ ରୁହନ୍ତୁ । ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ ନିର୍ବାଚନ ଅଛି, ଯାହାକୁ ଭେଟୁଛନ୍ତି, ଦେଖତିଚାହିଁ ଅର୍ଥାତ୍ ଭାବିଚିନ୍ତି ସାକ୍ଷାତ କରନ୍ତୁ । ଏହି ବିଷୟରେ ଶରଦ ପାୱାର ଏବଂ ପ୍ରମୋଦ ମହାଜନଙ୍କ ଏକ ଉଦାହରଣ ମଧ୍ୟ ଦିଆଯାଇଥିଲା ।

ଏହି ଅବସରରେ ସଚିବମାନେ ପାଞ୍ଚଟି ପ୍ରେଜେଣ୍ଟେସନ୍ ଦେଇଥିଲେ । ପ୍ରେଜେଣ୍ଟେସନରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ହରଦୀପ ପୁରୀ, କିରେନ ରିଜିଜୁ, ଅର୍ଜୁନ ମେଘୱାଲ ଏବଂ ପୀୟୁଷ ଗୋୟଲ ନିଜ ନିଜ ପରାମର୍ଶ ଦେଇଥିଲେ ।

ଏହା ସହିତ ମନ୍ତ୍ରୀ ପରିଷଦ ବିକଶିତ ଭାରତ ୨୦୪୭ ର ଭିଜନ୍ ଡକ୍ୟୁମେଣ୍ଟ ଏବଂ ଆଗାମୀ ୫ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋକପାତ କରିଥିଲା । ଏହା ସହିତ ମେ ୨୦୨୪ ରେ ନୂଆ ସରକାର ଗଠନ ପରେ ଶୀଘ୍ର କାର୍ଯ୍ୟକାରିତା ପାଇଁ ତୁରନ୍ତ ପଦକ୍ଷେପ ପାଇଁ ୧୦୦ ଦିନିଆ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

Get real time updates directly on you device, subscribe now.