fbpx

ବିଜୟ ଏକାଦଶୀ ଦିନ ଏହି ଜିନିଷ କରନ୍ତୁ ଦାନ, ଦୂରେଇ ଯିବ ପାରିବାରିକ ଅସୁବିଧା

ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷରେ ପାଳନ କରାଯାଉଥିବା ଏକାଦଶୀ ବିଜୟ ଏକାଦଶୀ ଭାବରେ ଜଣାଶୁଣା । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତାଙ୍କ ଅବତାର ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଏହା ବ୍ୟତୀତ ବିଜୟ ଏକାଦଶୀ ଦିନ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଅବଶ୍ୟ ଏହି ଦିନ କରାଯାଇଥିବା ଦାନ ଅନ୍ୟ ଏକାଦଶୀରେ ଦିଆଯାଇଥିବା ଦାନଠାରୁ ସାମାନ୍ୟ ଭିନ୍ନ ।

ଏଥର ବିଜୟ ଏକାଦଶୀ ବ୍ରତ ୬ ମାର୍ଚ୍ଚରେ ପାଳନ କରାଯିବ । ଏହି ଏକାଦଶୀରେ ସୁନା ଦାନ କରିବା, ଜମି ଦାନ କରିବା, ଖାଦ୍ୟ ଦାନ କରିବା ଏବଂ ଗାଈ ଦାନ କରିବା ଦ୍ୱାରା ଅଧିକ ଗୁଣାତ୍ମକ ଫଳାଫଳ ମିଳିଥାଏ । ହିନ୍ଦୁ ଧର୍ମରେ ଦାନର ପ୍ରଭାବ ଏପରି ବୋଲି କୁହାଯାଏ ଯେ ଏହା ଅକ୍ଷୟ ଗୁଣ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଦାନ କରିବା ସମୟରେ ଯଦି କିଛି ଜିନିଷ ଧ୍ୟାନରେ ରଖାଯାଏ ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ପଦ୍ମ ପୁରାଣରେ କୁହାଯାଇଛି ଯେ ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଜଣେ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଲାଭ କରେ ଏବଂ ସମସ୍ତ ପାପ ନଷ୍ଟ ହୋଇଯାଏ । ଏହି ଉପବାସକୁ ପାଳନ କରି, ବାଜପେୟୀ ସହିତ ସମାନ ଗୁଣ ପ୍ରାପ୍ତ ହୁଏ ଏବଂ ଶତ୍ରୁମାନେ ପରାସ୍ତ ହୁଅନ୍ତି । ଆସନ୍ତୁ ଜାଣିବା ବିଜୟ ଏକାଦଶୀ ଦିନ କ’ଣ ଦାନ କରାଯିବା ଉଚିତ୍ …

ବିଜୟ ଏକାଦଶୀ ଦିନ ଦାନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ଆପଣ ବ୍ରାହ୍ମଣଙ୍କୁ ଖାଦ୍ୟ, ମିଠା, ଫଳ, ପୋଷାକ, ବହି ଇତ୍ୟାଦି ଦାନ କରିପାରିବେ । ବ୍ରାହ୍ମଣ ବ୍ୟତୀତ, ଆପଣ ଅନ୍ୟ କୌଣସି ଅଭାବୀ ବ୍ୟକ୍ତିଙ୍କୁ ଦାନ କରିପାରିବେ ।

ବିଜୟ ଏକାଦଶୀ ଦିନ ଫୁଲ, ପୋଷାକ ଏବଂ ଟଙ୍କା ଦାନ କରିବା ଉଚିତ୍ । ବିଜୟ ଏକାଦଶୀ ଦିନ ଅନ୍ନ ଦାନ କରିବା ଦ୍ୱାରା ଘର ସର୍ବଦା ସୁଖ ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହୋଇଥାଏ ଏବଂ ଘରେ ଖାଦ୍ୟର ଅଭାବ କେବେ ନଥାଏ ।

ଏହି ଦିନ ପୋଷାକ ଦାନ କରିବା ସମାଜରେ ଆପଣଙ୍କର ସମ୍ମାନ ବଢ଼ିଥାଏ ଏବଂ ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ଚାଲିଥାଏ । ଅକ୍ଷତ ଦାନ କରିବା ଦ୍ୱାରା ରାଶିରେ ଥିବା ଚନ୍ଦ୍ର ଶକ୍ତିଶାଳୀ ଏବଂ ଶୁଭ ହୋଇଯାଏ । ଏହା ସହିତ ଖ୍ୟାତି ଏବଂ ଗୌରବ ହାସଲ ହୁଏ ।

ଏହା ବ୍ୟତୀତ ଫୁଲର ଦାନ ଘରେ ପାରିବାରିକ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା କରିଥାଏ । ଘରୋଇ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥି ସହିତ ଏହି ଦିନ ଟଙ୍କା ଦାନ କରିବା ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିଥାଏ ଏବଂ ଆର୍ôଥକ ସଙ୍କଟ ଦୂର ହୋଇଯାଏ ।

Get real time updates directly on you device, subscribe now.