fbpx

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ: ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସର ଚତୁର୍ଥ ଲହରର ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ପିଏମ ମୋଦୀଙ୍କ ନେତୃତ୍ୱରେ ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଓ ଏଥିରେ କରୋନା ବିପଦର ମୁକାବିଲା ପାଇଁ ଆଲୋଚନା କରାଗଲା । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା, ହୋମ୍ ମିନିଷ୍ଟର ଅମିତ ଶାହା ଓ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବମାନେ ସାମିଲ ହୋଇଥିଲେ ।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ କହିଛନ୍ତି ଯେ, କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବିମାନରେ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ବୃଦ୍ଧି ଉପରେ କଡ଼ା ନଜର ରଖିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କୁ ସତର୍କ ରହିବାକୁ ସେ ଅପିଲ୍ କରିଛନ୍ତି । ଟେଷ୍ଟ ବଢ଼ାଇବା ସହ ଜିନୋମ ସିକ୍ୱେନ୍ସିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟ ଓ ହସ୍ପିଟାଲଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି । ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ ମହଜୁଦ୍ ରଖିବାକୁ ମୋଦୀ କହିଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।

ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତର ଓ ବୟସ୍କ ଲୋକଙ୍କୁ ପ୍ରିକସନ ଡୋଜ୍ ପାଇଁ ଉତ୍ସାହିତ କରିବାକୁ ସେ କହିଛନ୍ତି । ଅକ୍ସିଜେନ୍, ଭେଣ୍ଟିଲେଟର, ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହା ସହ ଔଷଧ, ଟିକା, ହସ୍ପିଟାଲ ବେଡ୍ ପର୍ଯ୍ୟାପ୍ତ ଥିବା ବୈଠକ ମୋଦୀ ସୂଚନା ଦେଇଛନ୍ତି । ଉପଲବ୍ଧ ଓ ଜରୁରୀ ଔଷଧର ମୂଲ୍ୟ ନିୟମିତ ମନିଟରିଂ ପାଇଁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.