fbpx

ବିଶ୍ୱରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦବଦବା: Global Leader Approval Ratingsରେ ସୁପରପାୱାର ନେତାଙ୍କୁ ପଛରେ ପକାଇ ହେଲେ ନମ୍ବର ୧

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥର ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ ବା Global Leader Approval Ratingsରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଆମେରିକାର କନ୍ସଲ୍ଟିଂ ଫାର୍ମ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପିଏମ ମୋଦୀଙ୍କୁ ୭୮ ପ୍ରତିଶତ ରେଟିଂ ସହ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ଭାବେ ବିବେଚନା କରାଯାଇଛି । ଏହି ସର୍ଭେରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଷଷ୍ଠ ସ୍ଥାନରେ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଦଶମ ସ୍ଥାନରେ ଅଛନ୍ତି ।

ଏହି ରେଟିଂରେ ଶତପ୍ରତିଶତ ଲୋକଙ୍କ ମଧ୍ୟରୁ ୪ ପ୍ରତିଶତ ତାଙ୍କ ବିଷୟରେ କୌଣସି ମତ ପ୍ରକାଶ କରି ନ ଥିବାବେଳେ ୧୭ ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଛନ୍ତି । କିନ୍ତୁ ପିଏମ ମୋଦୀ ୭୮ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି । ତାଙ୍କ ପରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ ୬୨ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମେକ୍ସିକୋର ରାଷ୍ଟ୍ରପତି ତୃତୀୟ ସ୍ଥାନରେ ଅଛନ୍ତି ।

ଅନ୍ୟପଟେ ଏଥର ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଂଥନୀ ଆଲବାନେ ଗ୍ଲୋବାଲ ଲିଡର ଅନୁମୋଦନ ମୂଲ୍ୟାୟନରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସେ ୫୩ ପ୍ରତିଶତ ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ ପାଇଛନ୍ତି । ଏଥି ସହିତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୯% ଅନୁମୋଦନ ମୂଲ୍ୟାୟନ ସହିତ ପାଞ୍ଚ ନମ୍ବରରେ ଅଛନ୍ତି । ଏଥର ମଧ୍ୟ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତା ଦୃଷ୍ଟିରୁ ୨୨ ଟି ଦେଶର ଭେଟେରାନ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

‘ମର୍ନିଂ କନ୍ସଲ୍ଟ’ କ’ଣ?

ମର୍ନିଂ କନ୍ସଲ୍ଟ ହେଉଛି ଏକ ଆମେରିକୀୟ କମ୍ପାନୀ ଯାହାକି ରାଜନେତା ଭାବରେ ଯେକୌଣସି ଦେଶରେ ସରକାର ଚଳାଉଥିବା ନେତାଙ୍କ ଭାବମୂର୍ତ୍ତି ଉପରେ ତଥ୍ୟ ସଂଗ୍ରହ କରିଥାଏ । ଏହି କମ୍ପାନୀ ୨୦୧୪ ରେ ଆରମ୍ଭ ହୋଇଥିଲା, ଯେଉଁ ବର୍ଷ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି କମ୍ପାନୀର କାର୍ଯ୍ୟ ବିଶ୍ୱ ସ୍ତରରେ ଡାଟା ଇଣ୍ଟେଲିଜେନ୍ସର ରହିଛି । ମର୍ନିଂ କନ୍ସଲ୍ଟ ଦ୍ରୁତତମ ବଢ଼ୁଥିବା ଟେକ୍ନୋଲୋଜି ଆଧାରିତ କମ୍ପାନୀ ଭାବରେ ବିବେଚନା କରାଯାଏ ।

Get real time updates directly on you device, subscribe now.