Breaking: ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ କିଛି ଖାସ୍ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମୋଦିଙ୍କ ସେ ଖାସ୍ ପ୍ରୟାସ କ’ଣ …

ନୂଆଦିଲ୍ଲୀ: ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି । ପ୍ୟାରିସରେ ଏଆଇକୁ ନେଇ ଭାରତକୁ ଆନେକ ପ୍ରଶଂସା ମିଳୁଛି ।

ଖାଦ୍ୟରେ ତେଲର ପରିମାଣ ୧୦% କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଫିଟ୍ ଏବଂ ସ୍ୱାସ୍ଥ୍ୟବାନ ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଲେ ପରାମର୍ଶ ।

ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ । ଅନେକ କ୍ଷେତ୍ରରେ ମହିଳାଙ୍କ ଅବଦାନ ଅତୁଳନୀୟ ।

ସେହି ମହିଳାଙ୍କୁ ସମ୍ମାନ ଜଣାଇ ମୋ ସୋସିଆଲ ମିଡିଆରେ ପୋଷ୍ଟ କରିବି ବୋଲି କହିଲେ ମୋଦି ।

୧୧୯ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଲେ, ମହିଳା ଦିବସ ଦିନ ସେ ନିଜ ଏକ୍ସ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କିଛି ପ୍ରେରଣାଦାୟୀ ମହିଳାଙ୍କ ହାତକୁ ଦେବେ, ଅର୍ଥାତ୍ ସେମାନଙ୍କ ମହତ କାର୍ଯ୍ୟ ସମ୍ପର୍କରେ ପୋଷ୍ଟ କରିବେ ।

ଆକାଉଣ୍ଟ ବା ମଞ୍ଚ ହୁଏତ ମୋଦିଙ୍କର; କିନ୍ତୁ ନିଜର ଅନୁଭୂତି ଶେୟାର କରିବେ ମହିଳା । ଏଥିରେ ଭାଗ ନେବା ପାଇଁ ନମୋ ଆପ୍ ଜରିଆରେ ରେଜିଷ୍ଟ୍ରେଶନ୍ କାରିବାକୁ ପଡ଼ିବ ।