fbpx

ନେତାଜୀ ପରାକ୍ରମର ପ୍ରତିମୂର୍ତ୍ତି: ମୋଦୀ

କୋଲକାତା,୨୩ ।୧: କୋଲକାତାରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ‘ଆଜି ନେତାଜୀଙ୍କୁ ନୁହେଁ, ଦେଶର ପରାକ୍ରମ ଓ ସ୍ୱାଭିମାନ ଜନ୍ମ ନେଇଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପେରଣା ଥିଲେ । କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ ତାଜୁବ ହେଉଥିଲା । ନେତାଜୀ ଝାନସୀ ରେଜିମେଣ୍ଡ କରି ମହିଳାଙ୍କୁ ଆଗକୁ ଆଣିଥିଲେ । ନେତାଜୀଙ୍କ ବିଷୟରେ ବାଖ୍ୟା କଲେ ଶବ୍ଦର ଅଭାବ ପଡିଯିବ । ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା । ନିଜ ଭୂମିରେ ନିଜ ସରକାରଙ୍କ ପାଇଁ ନେତାଜୀ ସଂକଳ୍ପ ନେଇଥିଲେ । ଆଣ୍ଡାମାନରେ ଜାତୀୟ ପତାକା ଉଡାଇ ନିଜ ସଂକଳ୍ପ ପୂରା କରିଥିଲେ । ଆଣ୍ଡାମାନର ଉକ୍ତ ଦ୍ୱୀପକୁ ନେତାଜୀଙ୍କ ନାଁରେ ନାମିତ କରାଗଲା । କିଏ ଏମିତି ଅଛି, ଯାହା ପଛରେ ପୂରା ବ୍ରିଟିଶ ସରକାର ଲାଗିଥିଲେ । ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯାଇଥିଲେ ।’ ତେବେ ହାୱାଡା ମେଲର ନାଁ ନେତାଜୀ ଏକ୍ସପ୍ରେସ କରାଯାଇଥିବା ମୋଦୀ କହିଛନ୍ତି ।

Get real time updates directly on you device, subscribe now.