fbpx

ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦୀ, ରାହୁଲଗାନ୍ଧୀ ଭଉଣୀ ସହ ଫଟୋ ସେୟାର କରି କହିଲେ ଏହି କଥା

ନୂଆଦିଲ୍ଲୀ: ସାରା ଦେଶ ଆଜି ରକ୍ଷାବନ୍ଧନ ପାଳନ କରୁଛି। ଏହି ଖାସ ଅବସରରେ ଦେଶର ଅନେକ ବଡ଼ ନେତାମାନେ ଲୋକଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି। ରାଷ୍ଟ୍ରପତିଙ୍କଠାରୁ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ମଧ୍ୟ ରାକ୍ଷୀ ଅବସରରେ ଲୋକଙ୍କୁ ଖାସ ମେସେଜ ଦେଇଛନ୍ତି।

କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଭାଇ-ଭଉଣୀର ଅତୁଟ ପ୍ରେମ ଏବଂ ସ୍ନେହର ପର୍ବ, ରକ୍ଷାବନ୍ଧନର ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ରକ୍ଷାର ଏହି ସୂତା ଆପଣଙ୍କ ଏହି ପବିତ୍ର ସଂପର୍କକୁ ମଜବୁତ ସହ ବାନ୍ଧି ରଖୁ। ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏକ୍ସରେ ରାହୁଲ ଗାନ୍ଧୀଙ୍କ ସହ ନିଜର ପୁରୁଣା ଫଟୋ ସେୟାର କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଖାସ ଅବସରରେ ଦେଶବାସୀମାନଙ୍କୁ ଏକ ମେସେଜ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ରକ୍ଷାବନ୍ଧନର ପବିତ୍ର ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଏକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଭାଇ-ଭଉଣୀ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସର ଭାବନା ଉପରେ ଆଦାରିତ ଏହି ପର୍ବ, ସମସ୍ତ ଭଉଣୀ-ଝିଅମାନଙ୍କ ପ୍ରତି ସ୍ନେହ ଏବଂ ସମ୍ମାନର ଭାବନାକୁ ସଞ୍ଚାର କରିଥାଏ। ମୁଁ ଚାହିଁବି ଯେ, ଏହି ଦିନ, ସମସ୍ତ ଦେଶବାସୀ, ଆମ ସମାଜରେ ମହିଳାମାନଙ୍କ ସରକ୍ଷା ଏବଂ ସମ୍ମାନକୁ ସୁନିଶ୍ଚିତ କରିବାର ସଂକଳ୍ପ ନିଅନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀର ଅସୀମ ସ୍ନେହର ପ୍ରତୀକ ପର୍ବ ରକ୍ଷାବନ୍ଧନର ଅନେକ ଶୁଭକାମନ। ଏହି ପବିତ୍ର ପର୍ବ ଆପଣ ସମସ୍ତଙ୍କ ସଂପର୍କରେ ଖୁସି, ସମୃଦ୍ଧି ଏବଂ ସୌଭାଗ୍ୟ ଆଣି ଆସୁ।’

Get real time updates directly on you device, subscribe now.