fbpx

କରୋନାର ଦ୍ୱିତୀୟ ଲହର ଝଡ ପରି ଆସିଛି, ଲକଡାଉନ ହେଉ ଅନ୍ତିମ ବିକଳ୍ପ : ମୋଦୀ

ନୂଆଦିଲ୍ଲୀ,୨୦ ।୪: କରୋନା କାଳରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପକ୍ଷରେ ଦେଶ ବଡ ଯୁଦ୍ଧ ଲଢୁଛି । କରୋନାର ଦ୍ୱିତୀୟ ଲହର ଝଡ ପରି ମାଡି ଆସିଛି । କିନ୍ତୁ କରୋନାର ମୁକାବିଲା ପାଇଁ ଆଗେଇ ଆସିଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ନହରାଇବାକୁ ସେ କହିଛନ୍ତି ।

ତେବେ କରୋନା ମାମଲା ବଢିଚାଲିଥିବାରୁ ଅକ୍ସିଜେନର ଆବଶ୍ୟକତା ବଢି ବଢି ଚାଲିଛି । ରାଜ୍ୟକୁ ଅକ୍ସିଜେନ ଯୋଗାଇବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଦେଶର ଔଷଧ କମ୍ପାନୀଗୁଡିକଠାରେ ସହଯୋଗ ନିଆଯାଉଛି । ଆମ ପାଖରେ ବଡ ବଡ ଔଷଧ କମ୍ପାନୀ ଅଛନ୍ତି । ରାଜ୍ୟ ସରକାର ଓ ପ୍ରଶାସନ ଶ୍ରମିକଙ୍କ ମନରେ ଭରସା ସୃଷ୍ଟି କରନ୍ତୁ । କୋଭିଡ ସଚେତନ ପାଇଁ ସାମାଜିକ ସଙ୍ଗଠନ ଆଗେଇ ଆସିବାକୁ ମୋଦୀ କହିଛନ୍ତି ।

ଆଜି ଲକଡାଉନରୁ ଦେଶକୁ ବଞ୍ଚାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟଗୁଡିକ ଲକଡାଉନକୁ ଅନ୍ତିମ ବିକଳ୍ପ ଭାବେ ରଖନ୍ତୁ । ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଦେଶର ଆର୍ଥିକ ଗତିବିଧି ଜାରି ରହିବା ନିହାତି ଜରୁରି ।

Get real time updates directly on you device, subscribe now.