fbpx

ଦଶାଶ୍ୱମେଧ ଘାଟର ଗଙ୍ଗା ଆରତୀରେ ସାମିଲ ହେଲେ ପିଏମ ମୋଦୀ

Advertisement

ନୂଆଦିଲ୍ଲୀ: ତୃତୀୟ ଥର ସରକାର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବନାରସରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଗସ୍ତରେ ବାରଣାସୀରେ ପହଞ୍ଚି ପିଏମ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସଂଧ୍ୟାରେ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପଞ୍ଚମ ଥର ଗଙ୍ଗା ଆରତୀରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ଗଙ୍ଗା ପୂଜା କରିଛନ୍ତି । ତାଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନାରସର ସୁପ୍ରସିଦ୍ଧ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜା ପରେ ଗଙ୍ଗା ଆତରୀରେ ସାମିଲ ହୋଇଛନ୍ତି । ସେ ୪୦ ମିନିଟ ପାଖାପାଖି ଗଙ୍ଗା ଆରତୀରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.