fbpx

ଆଜି ନିଯୁକ୍ତି ମେଳାର ଶୁଭାରମ୍ଭ କରିବେ ପିଏମ୍ ମୋଦୀ: ୩୮ଟି ମନ୍ତ୍ରଣାଳୟରେ ଦିଆଯିବ ୧୦ ଲକ୍ଷ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ଆରମ୍ଭ ହେବ ନିଯୁକ୍ତି ମେଳା । ଏହି ମେଳାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ନିଯୁକ୍ତି ମେଳା’ ମାଧ୍ୟମରେ ଦେଶର ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୩୮ଟି ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀରେ ଏହି ନିଯୁକ୍ତି ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ପ୍ରାର୍ଥୀଙ୍କୁ ଅଫର ଲେଟର ପ୍ରଦାନ କରାଯିବ ।

ଆଶାୟୀମାନଙ୍କୁ ୟୁପିଏସସି, ଏସଏସସି, ରେଲୱେରେ ନିଯୁକ୍ତି ଦିଆଯିବ । ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମୋଡ଼ରେ ଏହି ମହାନିଯୁକ୍ତି ମେଳାର ଉଦଘାଟନ କରିବେ । ଏହି ଅବସରରେ ମୋଦୀ ୭୫ ହଜାର ନବ ନିଯୁକ୍ତଙ୍କୁ ଅଫର ଲେଟର ପ୍ରଦାନ କରିବା ସହ ସମ୍ବୋଧିତ କରିବେ । କେନ୍ଦ୍ର ସରକାରଙ୍କର ୩୮ଟି ମନ୍ତ୍ରଣାଳୟରେ ଖାଲିଥିବା ବିଭିନ୍ନ ପଦବୀରେ ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀମାନେ ଗ୍ରୁପ-ଏ, ଗ୍ରୁପ-ବି ଗେଜେଟେଡ, ଗ୍ରୁପ-ବି ନନଗେଜେଟେଡ, ଗ୍ରୁପ-ସିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ । ପ୍ରାର୍ଥୀମାନଙ୍କୁ ସବଇନ୍ସପେକ୍ଟର, କେନ୍ଦ୍ରୀୟ ସଶକ୍ତ ବଳ ଅଧିକାରୀ, ଷ୍ଟେନୋ, ଲୋୟର ଡିଭିଜନ କ୍ଲର୍କ (ଏଲଡିସି), ପର୍ସନାଲ ଆସିଷ୍ଟାଣ୍ଟ (ପିଏ), ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର, ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ) ଆଦି ପଦବୀରେ ନିଯୁକ୍ତି ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ପଦବୀଗୁଡ଼ିକୁ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.