fbpx

ରାମ ମନ୍ଦିର ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା, ୫ା୮: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନ ହେବା ପରେ ସେଠାରେ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ ବିଶ୍ୱ ସାରା ଥିବା ରାମ ଭକ୍ତମାନଙ୍କୁ କୋଟି କୋଟି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ କହିଛନ୍ତି ଯେ ଆଜି ସାରା ଦେଶରେ ସୀତାରାମର ଗୁଞ୍ଜନ ହେଉଛି । ମୋ ସୌଭାଗ୍ୟ ମୋତେ ଆଜି ନିମନ୍ତ୍ରିତ କରାଯାଇଛି । ଆଜି ପୁରା ଦେଶ ରାମମୟ ହୋଇଯାଇଛି । ଶତାଦ୍ଦୀ ଶତାଦ୍ଦୀର ଅପେକ୍ଷା ଆଜି ଶେଷ ହୋଇଛି । ଏବେ ଆମ ରାମ ଲଲାଙ୍କ ମନ୍ଦିର ନିର୍ମାଣ ହେବ । ବର୍ଷ ବର୍ଷ ଧରି ରାମ ଲଲା ଟେଣ୍ଟରେ ଥିଲେ । ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି ।

ଏହାସହ ଅସ୍ତିତ୍ୱକୁ ମାଟିରେ ମିଶାଇବାକୁ ବହୁ ପ୍ରୟାସ ହୋଇଛି । ହନୁମାନଜୀଙ୍କ ଆର୍ଶୀବାଦରେ ଆଜି କାମ ଆରମ୍ଭ ହୋଇଛି । ଏହି ମନ୍ଦିର ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ । ମନ୍ଦିର ଆମ ସଂସ୍କୃତିର ପ୍ରତୀକ । ତେଣୁ ଏହି ମନ୍ଦିର ସୁଯୋଗ ସୃଷ୍ଟି କରିବ । ସାରା ବିଶ୍ୱରୁ ଲୋକ ଏଠାକୁ ବୁଲିବାକୁ ଆସିବେ । ପ୍ରଭୁ ରାମ ଆମ ମନରେ ଅଛନ୍ତି । ଅନେକ ଲୋକଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ସ୍ୱପ୍ନ ସାକାର ହୋଇଛି । ଭାରତର ଆଦର୍ଶ, ଦର୍ଶନ ଓ ଦିବ୍ୟତାରେ ରାମ ଅଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ରାମାୟଣ ରହିଛି । ମାତ୍ର ସବୁଠି ରାମ ହିଁ ସତ୍ୟ । ରାମ ସମସ୍ତଙ୍କର ଓ ରାମ ସମସ୍ତିଙ୍କ ଭିତରେ ଅଛନ୍ତି । ସାରା ବିଶ୍ୱରେ ରାମଙ୍କ ଭଳି ନୀତିବାନ ରାଜା କେହି ନାହାନ୍ତି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.