(Video) Ujjwala Yojana ର ହିତାଧିକାରୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ରନ୍ଧନ ଗ୍ୟାସରେ କେଉଁ ପର୍ଯ୍ୟନ୍ତ ମିଳିବ ସବସିଡି

ନୂଆଦିଲ୍ଲୀ: PM Ujjwala ଯୋଜନାରେ ଉପଲବ୍ଧ ସବସିଡି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଜ୍ୱଳା ଯୋଜନା ଅନୁଯାୟୀ, LPG ସିଲିଣ୍ଡର ଉପରେ ସବସିଡି ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ହେବ। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ସବସିଡି ବୃଦ୍ଧି ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ହିତାଧିକାରୀମାନେ ଏଥିରୁ ଲାଭ ପାଇବେ। ଏହି ଯୋଜନାକୁ ଏକ ବର୍ଷ ପାଇଁ ବଢାଇବା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ମାର୍ଚ୍ଚ ୮ ରେ ମହିଳା ଦିବସ। ଏହି ଅବସରରେ କେନ୍ଦ୍ର ସରକାର ମହିଳାମାନଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ପାଇଁ ସବସିଡି ବୃଦ୍ଧି କରିଛନ୍ତି। ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନେ ଗୋଟିଏ ବର୍ଷରେ ୧୨ ସିଲିଣ୍ଡର ପାଆନ୍ତି। ପ୍ରତ୍ୟେକ ସିଲିଣ୍ଡରରେ ୩୦୦ ଟଙ୍କା ସବସିଡି ଦିଆଯାଉଛି।

Get real time updates directly on you device, subscribe now.