fbpx

ସୋସିଆଲ୍ ମିଡିଆରେ ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରେଫାଇଲ୍ ଫଟୋ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି । ସ୍ୱାଧିନତା ଦିବସର ପାଳନ କରିବାକୁ ଶ୍ରୀ ମୋଦୀ ନିଜର ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛନ୍ତି । ହର୍ ଘର୍ ତ୍ରିରଙ୍ଗା ଆନ୍ଦୋଳନକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଏପରି କରିବାକୁ ଅନୁରୋଧ କରିଛନ୍ତି ।

ଶ୍ରୀ ମୋଦୀ harghartiranga.com. ରେ ତ୍ରିରଙ୍ଗା ସହ ସେଲ୍‌ଫି ଶେୟାର କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ବର୍ଷ ସ୍ୱାଧିନତା ଦିବସ ନିକଟତର ହେଉଛି, ଚାଲନ୍ତୁ ପୁଣି ଥରେ ହର୍‌ଘର୍‌ତ୍ରିରଙ୍ଗାକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା । ମୁଁ ମୋର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରୁଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏପରି କରି ଆପଣମାନେ ତ୍ରିରଙ୍ଗା ଉତ୍ସବକୁ ପାଳନ କରିବା ପାଇଁ ମୋ ସହ ଯୋଗ ଦିଅନ୍ତୁ । ଏବଂ ହଁ harghartiranga.com. ରେ ତ୍ରିରଙ୍ଗା ସହ ନିଜର ସେଲ୍‌ଫି ଶେୟାର କରନ୍ତୁ ।”

Get real time updates directly on you device, subscribe now.