fbpx

ଆସନ୍ତାକାଲି PM Ujjwala Yojna ୨.୦ର ଶୁଭାରମ୍ଭ: ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର, କନେକ୍ସନ ସହ ରିଫିଲିଂ ଫ୍ରି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ୨.୦ର ଶୁଭାରମ୍ଭ କରିଥିବେ । ୨୦୧୬ ମସିହାରେ ପିଏମୟୁୱାଇର ଶୁଭାରମ୍ଭ କରାଯାଇଥିବା ବେଳେ ୫ କୋଟି ବିପିଏଲ ପରିବାରର ମହିଳା ସଦସ୍ୟଙ୍କୁ ଏଲପିଜି କନେକ୍ସନ ଦେବା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧିତ କରିବେ । ୨୦୧୮ରେ ଏହି ଯୋଜନାକୁ ବିସ୍ତାର କରାଯାଇ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ସହ ୭ଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ୍ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ସଂଶୋଧନ କରାଯାଇ ୮ କୋଟି ଲୋକଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଥିଲା । ଉଜ୍ଜ୍ୱଳା ଯୋଜନା ୨.୦ରେ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି କନେକ୍ସନ ଦିଆଯିବା ସହ ରିଫିଲିଂ କରାଯାଉଛି । ଏଥିରେ ନାମାଙ୍କନ ପ୍ରକ୍ରିୟା ପାଇଁ ସର୍ବନିମ୍ନ କାଗଜପତ୍ରର ଆବଶ୍ୟକତା ରହିଛି । ମାତ୍ର ପ୍ରବାସୀଙ୍କ ପାଇଁ ରାଶନ କାର୍ଡ କିମ୍ବା ଠିକଣା ପ୍ରମାଣପତ୍ର ଜମା କରିବା ଦରକାର ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ପିଏମୟୁୱାଇ ସ୍କିମରେ ଏକ କୋଟି ଅତିରିକ୍ତ ଏଲପିଜି କନେକ୍ସନ ପାଇଁ ଘୋଷଣା କରାଯାଇଥିଲା । ଏହି ଘୋଷଣା ଫଳରେ ପ୍ରଥମ ଚରଣରେ ସାମିଲ ହୋଇ ପାରିନଥିବା ସ୍ୱଳ୍ପ ଆୟଧାରୀ ପରିବାର ଉପକୃତ ହୋଇପାରିବେ ।

Get real time updates directly on you device, subscribe now.