fbpx

୧ ଡିସେମ୍ବରରୁ PNB କରିବାକୁ ଯାଉଛି ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପକେଟରେ ପଡିବ ସିଧା ପ୍ରଭାବ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧ ଡିସେମ୍ବରରୁ ସେଭିଙ୍ଗ ଆକାଉଣ୍ଟର ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ପିଏନବିର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ୧ ଡିସେମ୍ବରରୁ ସେଭିଙ୍ଗ ଆକାଉଣ୍ଟରର ସୁଧ ହାର କଟାଯିବ ।

ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ ମୁତାବକ, ସେଭିଙ୍ଗ୍ ଆକାଉଣ୍ଟରେ ସୁଧ ହାର ବାର୍ଷିକ ୨.୯୦ ପ୍ରତିଶତରୁ ୨.୮୦ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କୁ ପ୍ରଭାବିତ କରିବ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅନୁସାରେ, ୧ ଡିସେମ୍ବର ୨୦୨୧ ରୁ ସେଭିଂ ଆକାଉଣ୍ଟରେ ୧୦ ଲକ୍ଷରୁ କମ୍ ସେଭିଂ ଫଣ୍ଡ ବାଲାନ୍ସ ପାଇଁ ସୁଧହାର ବାର୍ଷିକ ୨.୮୦ ହେବ । ୧୦ ଲକ୍ଷ ଟଙ୍କା ଓ ଏହାରୁ ଅଧିକ ପାଇଁ ବାର୍ଷିକ ସୁଧ ହାର ୨.୮୫ % ରହିବ ।

ତେବେ ପିଏନବି ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ସରକାରୀ ବ୍ୟାଙ୍କ । ଏକ ନମ୍ବର ସ୍ଥାନରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଏସବିଆଇର ସେଭିଂ ଆକାଉଣ୍ଟରେ ବାର୍ଷିକ ସୁଧହାର ୨.୭୦ % ମିଳିଥାଏ ।

Get real time updates directly on you device, subscribe now.