fbpx

Poco Pad 5G Launch: ଭାରତରେ ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍, ରହିଛି ୧୦୦୦୦mAhର ଦମଦାର ବ୍ୟାଟେରୀ

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ ଡିସପ୍ଲେର ସ୍ପେସିଫିକେସନ୍ସ ମଧ୍ୟ ଶେୟାର କରାଯାଇଛି । ଏହି ଡିଭାଇସ୍ କେବଳ ୱାଇ-ଫାଇ ଭାରିଆଣ୍ଟରେ ଆସିବ । ପୋକୋ ପଡକୁ କମ୍ପାନୀ ପୂର୍ବରୁ ଅନେକ ମାର୍କେଟରେ ଲଞ୍ଚ କରିସାରିଥିବା ବେଳେ ଭାରତୀୟ ବଜାରରେ ଆଜି ଲଞ୍ଚ କରିବା ନେଇ ନିକଟରେ ଅଫିସିଆଲ ଭାବେ ଘୋଷଣା କରିଥିଲା ।

ଏହି ଭାରତୀୟ ଭାରିଆଣ୍ଟରେ ୫ଜି କନେକ୍ଟିଭିଟି ବ୍ୟତୀତ ଅନେକ ସ୍ପେସିଫିକେସନ ମିଳୁଛି । ଏହି ଡିଭାଇସରେ ସ୍ନାପଡ୍ରାଗନ ୭ଏସ ଜେନ ୨ ପ୍ରୋସେସର ଓ ୧୦୦୦ଏମଏଏଚର ବ୍ୟାଟେରୀ ମିଳୁଛି । ଅଗଷ୍ଟ ୨୩ ତାରିଖ ଦ୍ୱିପ୍ରହର ୧୨ଟା ସମୟରେ ପୋକୋ ପଡ୍ ୫ଜି ଲଞ୍ଚ ହେବ ବୋଲି ପୂର୍ବରୁ କୁହାଯାଇଥିଲା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ଟାବଲେଟକୁ ବ୍ଲୁ କଲରରେ ଟିଜ କରାଯିବା ସହିତ ଷ୍ଟୟଲସ ଓ କୀବୋର୍ଡକୁ ମଧ୍ୟ ଟିଜ କରାଯାଇଥିଲା । ଗ୍ଲୋବାଲ ଭାରିଆଣ୍ଟରେ ପୋକୋ ପଡକୁ କମ୍ପାନୀ ବ୍ଲୁ ଓ ଗ୍ରେ କଲରେ ଲଞ୍ଚ କରିଥିଲା । ଟାବଲେଟର ତଳ ଭାଗରେ ସ୍ପିକର ଗ୍ରୀଲ, ୟୁଏସବି ଟାଇପ-ସି ପୋର୍ଟ ଓ ୩.୫ଏମଏମର ଅଡିଓ ଜ୍ୟାକ ରହିଛି । ଟାବଲେଟକୁ ମାଇକ୍ରୋସାଇଟ୍ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକର୍ଟରେ ଲାଇଭ୍ କରାଯାଇଛି । ଆଣ୍ଡ୍ରଏଡ ୧୪ରେ କାମ କରୁଥିବା ପୋକୋ ବ୍ରାଣ୍ଡର ଏହି ଟ୍ରାବରେ ଡଲବୀ ଭିଜନ ଓ ବଲବୀ ଏଟମାସ ସପୋର୍ଟ ମିଳିବ । ଏଥିସହ ଟ୍ୟାବକୁ ଡଷ୍ଟ ଓ ସ୍ପେଲେଶ ରେଜିଷ୍ଟେନ୍ସ ପାଇଁ ଆଇପି୫୨ ରେଟିଂ ମିଳିଛି । ଟ୍ୟାବରେ ବ୍ଲୁଟୁଥ ବର୍ଜନ ୫.୨, ଡୁଆଲ ୫ଜି, ଜିପିଏସ ଓ ୱାଇ-ଫାଇ ୬ ସପୋର୍ଟ ମିଳିବ । ଏହି ପୋକୋ ଟ୍ୟାବଟେଲର ୮ ଜିବି/ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ୍ ୧୯ ହଜାର ୯୯୯ ଟଙ୍କା ରହିଛି । ଅଗଷ୍ଟ ୨୭ରେ ଟ୍ୟାବର ବିକ୍ରି ଫ୍ଲିପକର୍ଟରେ ବିକ୍ରି ଆରମ୍ଭ ହେବ ।

Get real time updates directly on you device, subscribe now.