ବିଷାକ୍ତ ମଦ ନେଲା ୧୪ ଜୀବନ, ହେଲେ ବି ସୁଧୁରୁ ନାହାଁନ୍ତି ଲୋକ

ନୂଆଦିଲ୍ଲୀ: ପଞ୍ଚାବ ଅମୃତସରରେ ବିଷାକ୍ତ ମଦ ନେଇଗଲା ଲୋକଙ୍କ ଜୀବନ । ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ୬ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ଅମୃତସର ମଜିଠା ଥାନା ଅଞ୍ଚଳର ଘଟଣା ବୋଲି ଜଣାପଡିଛି । ଅନ୍ୟପଟେ ମଦ ଯୋଗାଇଥିବା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ୫ଟି ଗାଁରେ ଘରକୁ ଘର ବୁଲି ସତର୍କ କରାଇଛି ପ୍ରଶାସନ । ଏତେ ଘଟଣା ପରେ ମଧ୍ୟ ଲୋକମାନେ ସତର୍କ ନହୋଇ ପୁଣି ମଦ ପିଇ ନିଜ ଜୀବନକୁ ବିପଦରେ ପକାଉଛନ୍ତି ।