ପ୍ରଥମେ ମହିଳାଙ୍କୁ ଛଟପଟ କରି ମାରିଲା, ଜୀବନ ଥିବାବେଳେ ଦେହରୁ ଚମଡ଼ା ଛେଲି ନେଇ ପିନ୍ଧିଲା 

ସବୁଠାରୁ ଭୟଙ୍କର ଓ ରହସ୍ୟମୟ ହତ୍ୟାକାଣ୍ଡ। ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ପ୍ରଥମେ କଲବଲ କରି ମାରିଲା। ଚମଡ଼ା ଛେଲି ନିଜେ ପିନ୍ଧି ବୁଲିଲା। ୨୦ ବର୍ଷ ପରେ ଧରା ପଡ଼ିଲା।

ନୂଆଦିଲ୍ଲୀ: ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ଜଣେ ୨୩ ବର୍ଷୀୟା ଯୁବତୀ। ସବୁଠି ତାଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସୁରାକ ମିଳିନଥିଲା।

ଏହାର ଦୁଇ ମାସ ପରେ ନଦୀରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ପାଖାପାଖି ଦୁଇ ଦଶନ୍ଧି ଧରି ଏହି ମାମଲାର ସମାଧାନ ହୋଇପାରିନଥିଲା।

ଦୀର୍ଘ ସଂଘର୍ଷ ପରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା। ସେତେବେଳେ ଏଭଳି ଭୟଙ୍କର ହତ୍ୟାକାଣ୍ଡର ସତ ସାମ୍ନାକୁ ଆସିଲା, ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।

ଡାକ୍ତରଖାନାରୁ ଘରକୁ ଫେରିନେଥିଲେ: ଘଟଣାଟି ନଭେମ୍ବର ୧୯୯୮ରେ ଆରମ୍ଭ ହୋଇଥିଲା, ଯେତେବେଳେ କତାରଜିନା ଜୋୱାଦା ନାମକ ଏହି ମହିଳାଙ୍କ ବାପା ପୋଲାଣ୍ଡରେ ମୃତ୍ୟୁବରଣ କରିଥିଲେ।

ମା’ ନିଜ ଝିଅକୁ ନେଇ ଚିନ୍ତିତ ହୋଇ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପାଖକୁ ନେଇଥିଲେ। ଦିନେ କଟାର୍ଜିନା କାଉନସେଲିଂ ପାଇଁ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରିନଥିଲେ।

ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମା’ ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଧିକାରୀମାନେ ରିପୋର୍ଟ ଦାଖଲ କରିବାକୁ ମନା କରିଦେଇଥିଲେ।

ସମସ୍ତେ ଭାବିଥିଲେ ସେ ତାଙ୍କ ବନ୍ଧୁଙ୍କ ପାଖକୁ ଯାଇଥିବେ, ତେଣୁ ଅପେକ୍ଷା କରିବା କରିଥିଲେ। ଧୀରେ ଧୀରେ ଦୁଇ ମାସ ବିତିଗଲା, କିନ୍ତୁ କଟାର୍ଜିନାଙ୍କର କୌଣସି ଖବର ମିଳିନଥିଲା।

ଡଙ୍ଗାରୁ ମିଳିଲା ପ୍ରମାଣ: ସେହି ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା। ନଦୀରେ ଯାଉଥିବା ବେଳେ ଡଙ୍ଗାଟି ହଠାତ୍ ବନ୍ଦ ହୋଇଯାଇଥିଲା। ଅପରେଟର ଦେଖିଲା ବେଳକୁ ବ୍ଲେଡରେ ଏକ ହଳଦିଆ ଜିନିଷ ଫସି ରହିଥିଲା, ଯାହା ବହୁତ ଦୁର୍ଗନ୍ଧ ହେଉଥିଲା ।

ଦେଖିଲାବେଳକୁ ଏହା ଏକ ମନୁଷ୍ୟ ଚର୍ମ ବୋଲି ଜଣାପଡ଼ିଥିଲା, ଯେଉଁଥିରେ ଗୋଟିଏ କାନ ବି ଲାଗି ରହିଥିଲା।ଫରେନସିକ୍ ପରୀକ୍ଷା କରାଯାଇଥିଲା ଏବଂ ଏହି ଚର୍ମ କାଟାର୍ଜିନାର ବୋଲି ଜଣାପଡ଼ିଥିଲା।

ପ୍ରଥମେ କଳ୍ପନା ଜଳ୍ପନା କରାଯାଉଥିଲା ଯେ କାଟାର୍ଜିନାଙ୍କ ମୃତଦେହ ଡଙ୍ଗାର ବ୍ଲେଡରେ ଧକ୍କା ଖାଇଥାଇପାରେ, କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହିତ ଅତ୍ୟନ୍ତ ଭୟଙ୍କର ଘଟଣାର ସବୁ ସତ ସାମ୍ନାକୁ ଆସିଥିଲା।