୭ମ ଶ୍ରେଣୀ ବାଳିକାକୁ ଏକାଦଶ ଶ୍ରେଣୀ ପୁଅମାନେ କଲେ ଦୁଷ୍କର୍ମ, ୩ ଜଣଙ୍କୁ ଗିରଫ କଲା ପୋଲିସ

ନାବାଳିକାକୁ ଦୁଷ୍କର୍ମ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏକ ସପ୍ତମ ଶ୍ରେଣୀର ଝିଅକୁ ଏକାଦଶ ଶ୍ରେଣୀର ପୁଅମାନେ ମିଶି ଗଣ ଦୁଷ୍କର୍ମ କରିଛନ୍ତି।

ନୂଆଦିଲ୍ଲୀ: ପୁଣି ଏକ ନାବାଳିକା ସହ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟରେ ୭ମରେ ପାଠ ପଢୁଥିବା ଝିଅକୁ ଏକାଦଶ ଶ୍ରେଣୀରେ ପଢୁଥିବା ପିଲା ଗଣଦୁଷ୍କର୍ମ କରିଛନ୍ତି। ଏଥିପାଇଁ ପୋଲିସ ୩ଜଣ ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ଗିରଫ କରିଛି।

ଏହି ଘଟଣାଟି ତାମିଲନାଡ଼ୁ ସାମେଲ ଜିଲ୍ଲାର ଅତ୍ତୁର ଗାଁରେ ଘଟିଛି। ପୋଲିସ କହିଛି ଯେ, ଏହି ଘଟଣାଟି ସ୍କୁଲ ଛୁଟି ହେବା ପରେ ଜାନୁଆରୀ ୨୨ ତାରିଖରେ ଘଟିଥିଲା। କିନ୍ତୁ ଏହି ଘଟଣାଟି ପୋଲିସ ପାଖେ ପୀଡ଼ିତା ବାଳିକାଙ୍କ ସଂପର୍କୀୟ ଅଭିଯୋଗ ଜାରି କରିଥିଲେ। ଏହାପରେ ଡିସିପିସିର ମୁଖ୍ୟ ଶ୍ରୀମୂରଲୀ ବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଥିଲେ।

ଏହାପରେ ଡିସିପିୟୁ ସମସ୍ତ ମହିଳା ଥାନା ଅଧିକାରୀଙ୍କୁ ଏହି ମାମଲା ହସ୍ତାନ୍ତର କରିଥିଲେ। ଏହାପରେ ପୋସ୍କୋ ଆକ୍ଟ ଅନୁଯାୟୀ, ମହିଳା ଥାନା ଅଧିକାରୀମାନେ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଥିଲେ।