fbpx

ପୋଲିସ ହାତରେ ବଡ ସୁରାଗ: କ୍ୟାମେରାମ୍ୟାନ ମାନସ ମୃତ୍ୟୁ ମାମଲାରେ ଶର୍ମିଷ୍ଠାଙ୍କ ଭାଇକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ପୋଲିସ ହାତରେ ଧରା ପଡିଛି ସମ୍ପୂର୍ଣ୍ଣା ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ । ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନସଙ୍କ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କ ଭାଇକୁ କାବୁ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫେରାର କରିବାରେ ତାଙ୍କ ଭାଇ ପରମେଶ୍ୱର ରାଉତଙ୍କର ହାତ ଥିବା ନେଇ ଅନୁମାନ କରାଯାଉଛି । ନିକଟସ୍ଥ ବିଜୟୱାଡାରୁ ପୋଲିସ ହାତରେ ଧରା ପଡିଛି ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ।

ବିଜୟୱାଡାରେ ରହି ଭଉରୀକୁ ଖସାଇବାର ପ୍ଲାନ କରିବା ସହ ଏଥିରେ ସଫଳ ହୋଇଛି ପରମେଶଶ୍ୱର । କିନ୍ତୁ ନିଜେ ପୋଲିସ କବଳରୁ ଖସିବାରେ ସଫଳ ହୋଇ ପାରି ନଥିଲା । ବିଜୟୱାଡାରୁ ପରମେଶ୍ୱରକୁ ପୋଲିସ ଗିରଫ କରି ପରଚାଉଚରା ଜାରି ରଖିଛି । ତେବେ ହତ୍ୟା ମାମଲା ଏବଂ ଅଭିଯୋଗ ପରେ ଶର୍ମିଷ୍ଠା ବିଜୟୱାଡା ଯାଇ ନଥିବା ସୂନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି ଏହାର କୌଣସି ସୂଚନା ମିଳି ପାରି ନଥିବା ବେଳେ ତାଙ୍କୁ ଖୋଜା ଚଳାଇଛି ପୋଲିସ । ତେବେ ଭାଇ ଦ୍ୱାରା ତାଙ୍କ ନିକଟରେ ପୋଲିସ ପହଞ୍ଚିପାରିବ ଏବଂ ବହୁତ କିଛି ସୁରାଗ ମିଳି ପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.