fbpx

ସାମ୍ବାଦିକାଙ୍କ ଜୀବନ ହାରିବାରେ ବନ୍ଧା ହେଲା ସ୍ୱାମୀ, ପଚରାଉଚରା ପରେ ଶ୍ରୀଧରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଗତକାଲି ସାମ୍ବାଦିକା ମଧୂମିତା ପରିଡାଙ୍କର ଜୀବନ ହାରିବା ଖବର ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଟ୍ରେନ ସାମ୍ନାକୁ ଡେଇଁ ସେ ଜୀବନ ହାରିଦେଇଛନ୍ତି । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଜାରି ରହିଥିଲା । ଆଜି ତାଙ୍କ ସ୍ୱାମୀଙ୍କୁ ପୋଲିସ ପଚରାପଚରି ପରେ ଗିରଫ କରିଛି ।

ମଧୂମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଆଜି ଗିରଫ କରିଛି । ଆତ୍ମହତ୍ୟା ପୂର୍ବରୁ ମଧୂମିତା ଏକ ଭିଡିଓ କରିଥିଲେ । ସେଥିରେ ନିଜେ ଯନ୍ତ୍ରଣା ପାଉଥିବା କଥାକୁ କହି ସେ ଭେଁ ଭେଁ ହୋଇ କାନ୍ଦିଛନ୍ତି । ଭିଡିଓରେ ସ୍ୱାମୀ ଧୋକା ଦେଉଥିବା କହୁଛନ୍ତି ସାମ୍ବାଦିକା ମଧୁମିତା । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ସ୍ୱାମୀଙ୍କ ଅନ୍ୟ ଝିଅ ସହିତ ସମ୍ପର୍କ ପାଇଁ ଚାଲିଗଲା ସାମ୍ବାଦିକା ମଧୁମିତାଙ୍କ ଜୀବନ….

Get real time updates directly on you device, subscribe now.