fbpx

ନକଲି ନୋଟ୍ ଛାପିବା ମେସିନର ପର୍ଦ୍ଦାଫାସ କଲା ପୋଲିସ, ବିପୁଳ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ

Advertisement

ରାୟପୁର: ଦିନକୁ ଦିନ ମାଓବାଦୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିକଟରେ ଛତିଶଗଡ଼ ସୁକମା ଜିଲ୍ଲାରେ ନକ୍ସଲ ବିରୋଧି ଅଭିଯାନ ଅନ୍ତର୍ଗତ ବଡ଼ ପର୍ଦ୍ଦାଫାସ ହୋଇଛି । ମାଓ ଶିବିରରୁ ଜବତ ହୋଇଛି ନକଲି ଟଙ୍କା ତିଆରି ମେସିନ୍ । ସେମାନଙ୍କ ନିକଟରୁ ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିବା ନେଇ ଛତିଶଗଡ଼ ସୁକମା ପୋଲିସ ବଡ଼ ଖୁଲାସା କରିଛି । ତେବେ କମ୍ବିଂ ଅପରେସନ ସମୟରେ କୋରଜାଗୁଡ଼ା ଜଙ୍ଗଲରୁ ଏହି ନକଲି ନୋଟ୍ ସହ ବନ୍ଧୁକ, ୱାକିଟକି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୂଚନାରୁ ପ୍ରକାଶ ବସ୍ତର ଅଞ୍ଚଳରେ ବୃଦ୍ଧି ପାଉଥିବା ପୋଲିସ କ୍ୟାମ୍ପ ଯୋଗୁଁ ନକ୍ସଲ ସଂଗଠନ ସାମ୍ନାରେ ଆର୍ଥିକ ସଂକଟ ଦେଖାଦେଇଥିଲା । ଜଙ୍ଗଲରାଜ ଚଲାଉଥିବା ମାଓବାଦୀଙ୍କ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଏକ ପ୍ରକାର ସମସ୍ୟା ପାଲଟିଥିଲା । ତେଣୁ ସେମାନେ ଜଙ୍ଗଲ ଭିତରେ ହିଁ ନକଲି ନୋଟ୍ ଛାପି ପାଣ୍ଠି ଯୋଗାଡ଼ କରୁଥିଲେ । ସେମାନେ ମାଓ ଅସ୍ତ୍ରଶସ୍ତ୍ର କ୍ରୟ କରିବା ପାଇଁ ଏହି ନୋଟ୍ ବ୍ୟବହାର କରୁଥିଲେ ।

Get real time updates directly on you device, subscribe now.