ଓଡ଼ିଶା ଭାସ୍କର: ଅସୁବିଧା ଥିଲେ ତା’ ସମାଧାନ ବି ଅଛି । ଯେମିତି ଅନ୍ୟର ସାହାଯ୍ୟ କରିବା ବା ମଙ୍ଗଳକାମନା କରିବା ପାଇଁ କିଛି ଲୋକଥାନ୍ତି । ସେମିତି ପ୍ରତ୍ୟେକ ସମୟରେ ପରକୁ ସାହାଯ୍ୟ କରିବାକୁ କିଂଚିତ ଲୋକ ରହିଥାନ୍ତି । ଏମିତି ପରିସ୍ଥିତି ବି ଦେଖିବାକୁମିଳେ, ଯେଉଁଠି ଜନଗହଳି ଜାଗାରେକେହି ଜଣେ ଅସୁବିଧାରେ ପଡ଼ିଥିବ, ଆଉ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ସାହାଯ୍ୟ ନ କରି ଅଣଦେଖା କରି ଯାନ୍ତି । ଏଭଳି କରୁଣଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Whoever does good to others, God himself does good to him.🙏
Humanity still alive❣️
प्रथम राष्ट्रपति #VyasanMuktiAbhiyan “मेजर ध्यानचंद” 35% GST #NargisFakhri #Pushpa2TheRule pic.twitter.com/akLWgZbQOi
— PRAJAKTA SINGH (@Prajakta_Singh2) December 3, 2024
ଭିଡିଓରେ ଜଣେ କୁନିଝିଅ ନଳକୂଅ ମୂଳରେ ଗାଧୋଉଥିବାର ଦେଖାଯାଉଛି । ନିଜେ ନଳକୂଅ ହ୍ୟାଣ୍ଡେଲମାରି ଗାଧୋଇଲାବେଳେକୁ ନଳରୁ ଠିକ୍ ଭାବେ ପାଣି ଆସୁନାହିଁ । ଯାହାଫଳରେ କୁନି ଝିଅଟି ଠିକ୍ରେ ଗାଧୋଇ ପାରୁନାହିଁ । ଆଉ ଏତିକିବେଳେ ତାକୁ ସାହାଯ୍ୟ କରିବା ପାଇଁ ଧାଇଁ ଆସୁଛନ୍ତି ଜଣେ ପୋଲିସବାବୁ । ପୋଲିସବାବୁ ସ୍ୱତଃ ନିଜ ମନରୁ ନଳକୂଅ ହ୍ୟାଣ୍ଡେଲ ମାରିଲେ ଆଉ ଝିଅଟି ଖୁସିରେ ନଳକୂଳ ମୂଳେ ବସି ଗାଧୋଇଲା । ଭିଡିଓ ଅନୁସାରେ ସେଠାରେ ଆଉ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ସେମାନେ କେହି କୁନି ଝିଅକୁ ସାହାଯ୍ୟ କରି ନ ଥିଲେ । ତେବେ ପୋଲିସ ବାବୁଙ୍କ ଏ ପ୍ରକାର କାର୍ଯ୍ୟକୁ ଦେଖି ଭିଡିଓରେ ତାଙ୍କୁ ପ୍ରଶଂସା କରାଯାଇଛି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ଦେଖିସାରିଥିବାବେଳେ ସମସ୍ତେ ପୋଲିସବାବୁଙ୍କୁ ସାବାସୀ ଦେଉଛନ୍ତି ।