fbpx

ରାଜଧାନୀରେ ବିସ୍ଫୋରକ ଆତଙ୍କ: ସନ୍ଦିଗ୍ଧ ବ୍ୟାଗ ମିଳିବା ପରେ ଜାରି ରହିଛି ପୋଲିସର ଯାଞ୍ଚ

ନୂଆଦିଲ୍ଲୀ: ରାଜଧାନୀରେ ବମ ଥିବା ନେଇ କଥାଟି ସବୁଆଡେ ବ୍ୟାପି ଯାଇଛି । ଏହି ମାମଲା ପୋଲିସ କାନରେ ପଡିବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ନିକଟସ୍ଥ ଅଞ୍ଚଳକୁ ଖାଲି କରିବା ସହ ବମ ସ୍କ୍ୱାଡଙ୍କ ଡକାଇ ବିସ୍ଫୋରକ ଖୋଜିବାରେ ଲାଗି ପଡିଛି ପୋଲିସ । ରାଜଧାନୀ ଦିଲ୍ଲୀର ମହମ୍ମଦପୁରରେ ଏବେ ବମକୁ ନେଇ ସାମାନ୍ୟ ଭୟ ସୃଷ୍ଟି ହୋଇଛି ।

ମହମ୍ମଦପୁରର ଐତିହାସିକ ଗମ୍ବୁଜ ନିକଟରେ ମିଳିଛି ଏକ ସନ୍ଦିଗ୍ଧ ବ୍ୟାଗ । ଏବଂ ଏଥିରେ ହ୍ୟାଣ୍ଡ ଗ୍ରେନେଡ ଭଳି କିଛି ଜିନିଷ ଥିବା ଦେଖି ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଖବର ପାଇ ପୋଲିସର ଗୋଟିଏ ଟିମ ଘଟଣା ସ୍ଥଳରେ ପହଞ୍ଚିଛି । ବମ ସ୍କ୍ୱାଡ ସହିତ ସାରା ଅୟ୍ଚଳରେ ଯାଞ୍ଚ କରୁଛି ଦିଲ୍ଳୀ ପୋଲିସ । କିନ୍ତୁ ବ୍ୟାଗରେ ଥିବା ଏହି ଜିନିଷ ପ୍ରକୃତରେ କଣ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । କିନ୍ତୁ ବିସ୍ପୋରକ ଥିବା ଅନୁମାନ କରି ସ୍ଥାନୀୟ ଅଞ୍ଚଳରୁ ଲୋକମାନଭ୍କୁ ଖାଳି କରି ଦିଆଯାଇଛି । ଏହାସହିତ ବ୍ୟାରିକେଡ ଲଗାଇ ଲୋକଙ୍କ ଯିବାଆସିବା ଉପରେ ମଧ୍ୟ ରୋକ ଲଗାଇଛି ଦିଳ୍ଲୀ ପୋଲିସ ।

ତେବେ ଘଟରାର ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏହି ବସ୍ତୁ ଉପରେ କିଛି ସ୍ପଷ୍ଟ କୁହାଯାଇ ପାରିବ ବୋଲି କହିଛନ୍ତି ଡିସିପି । ଗୋଟିଏ ପଟେ ଜହାଙ୍ଗୀରପୁରୀ ଦଙ୍ଗାକୁ ନେଇ ସାରା ରାଜ୍ୟର ମାହୋଲ ଗରମ ଥିବା ବେଳେ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଯଦିଓ ଦିଲ୍ଲୀରେ ବମ ମିଳିବା କିମ୍ବା ଏପରି ସନ୍ଦଗ୍ଧ ବ୍ୟାଗ ମିଳିବା କିଛି ନୂଆ କଥା ନୁହେଁ, କିନ୍ତୁ ଏଭଳି ଏକ ପରିସ୍ଥିତି ଏହି ଘଟଣାକୁ ଅଧିକ ଗମ୍ଭୀର କରିଛି । ତେବେ ଘଟଣାସ୍ଥଳରେ ପୋଲିସ ରହି ଯାଞ୍ଚ ପ୍ରକ୍ରିୟା ଜୋରଦାର ଚଳାଇଛି ।

Get real time updates directly on you device, subscribe now.