fbpx

ମୋ ପତ୍ନୀ ୨୨ ବର୍ଷ ହେଲା ହୋଲିରେ ବାପଘରକୁ ଯାଇ ନାହାନ୍ତି: ୧୦ ଦିନ ଛୁଟି ଦିଅନ୍ତୁ, ଇନ୍ସପେକ୍ଟରଙ୍କ ଛୁଟି ଦରଖାସ୍ତ ଭାଇରାଲ

ନୂଆଦିଲ୍ଲୀ: ସରକାରୀ ହେଉ କି ପ୍ରାଇଭେଟ ଚାକିରି ହେଉ ସମସ୍ତଙ୍କୁ ଛୁଟି ଦରକାର ହୋଇଥାଏ । ଅନେକ ସମୟରେ କିଛି ବ୍ୟକ୍ତିଙ୍କର ମଜାଳିଆ ଛୁଟି ଦରଖାସ୍ତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫତେହଗଡ଼ ଅଞ୍ଚଳରେ । ଜଣେ ପୋଲିସ ଇନ୍ସପେକ୍ଟର ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ୧୦ ଦିନ ଛୁଟି ମାଗିଥିଲେ, ମାତ୍ର ତାଙ୍କୁ ୫ ଦିନର ଛୁଟି ମିଳିଥିଲା ।

ସୂଚନା ମୁତାବକ, ଫରୁଖାବାଦର ଫତେହଗଡ଼ ସ୍ଥିତ ପୋଲିସ ଲାଇନରେ ପୋଲିସ ଇନ୍ସପେକ୍ଟର ଭାବେ ଅଶୋକ କୁମାର ସେଲ କାର୍ଯ୍ୟ କରନ୍ତି । ହୋଲିରେ ଛୁଟିରେ ରହିବା ପାଇଁ ଅଶୋକ ଏସପି ଅଶୋକ ମିଣାଙ୍କ ନିକଟରେ ଆବେଦନ କରିଥିଲେ । ସେ ୧୦ ଦିନ ପାଇଁ ଛୁଟି ମାଗିଥିବା ବେଳେ ତାଙ୍କୁ ଏସପି ୫ ଦିନ ପାଇଁ ଛୁଟି ଦେଇଥିଲେ । ଏବେ ଇନ୍ସପେକ୍ଟରଙ୍କ ଉକ୍ତ ଛୁଟି ଦରଖାସ୍ତ ଭାଇରାଲ ହେବାରେ ଲାଗିଛି ।

ଅଶୋକ ଚିଠିରେ ଲେଖିଥିଲେ, ‘ମୋର ବିବାହକୁ ୨୨ ବର୍ଷ ପୂରିଗଲାଣି । ଏହି ୨୨ ବର୍ଷ ମଧ୍ୟରେ ମୋ ପତ୍ନୀ ହୋଲିରେ ତାଙ୍କ ବାପଘରକୁ ଯାଇ ପାରିନାହାନ୍ତି । ସେଥିପାଇଁ ସେ ଦୁଃଖିତ ଅଛନ୍ତି ଓ ଚଳିତ ବର୍ଷ ତାଙ୍କ ବାପଘରକୁ ମୋତେ ସାଙ୍ଗରେ ନେଇ ଯିବାକୁ ଜିଦ୍ କରିଛନ୍ତି । ସେହି କାରଣରୁ ଛୁଟି ନେବା ମୋ ପାଇଁ ବହୁତ ଜରୁରୀ । ତେଣୁ ମୋତେ ୧୦ ଦିନର ଛୁଟି ଦେବାକୁ କୃପା କରନ୍ତୁ ।’ ତେବେ ଏହି ଛୁଟି ଭାଇରାଲ ଏବେ ଖୁବ୍ ଦ୍ରୁତ ଭାବେ ଭାଇରାଲ ହେବାରେ ଲାଗିଛି । ଏହି ଛୁଟି ଦରଖାସ୍ତ ସବୁଠାରୁ ନିଆରା ବୋଲି ବିଭାଗୀୟ କର୍ମଚାରୀମାନେ ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.