fbpx

କୁକୁରକୁ ନ ଜଗିଲେ ଲାଠି ମାଡ଼: ହୋମଗାର୍ଡଙ୍କ ଉପରେ ଥାନା ଅଧିକାରୀଙ୍କ ଜୁଲମ୍

କନ୍ଧମାଳ: ଥାନା ବାବୁଙ୍କ କୁକୁରର ଯତ୍ନ ନ ନେବାରୁ ହୋମଗାର୍ଡଙ୍କୁ ମିଳିଛି ଶାସ୍ତି । ପ୍ଲାଷ୍ଟିକ ବାଡିରେ ନିର୍ଦ୍ଧୁମ ପିଟି ଦେଇଛନ୍ତି ଥାନାବାବୁ । ଥରେ ବି ଚିନ୍ତା କରିନାହାନ୍ତି ମାରୁଥିବା ସେହି ବ୍ୟକ୍ତିଜଣକ ହେଉଛନ୍ତି ଜଣେ ଜଣେ ହୋମଗାର୍ଡ ବୋଲି । ଏହାପରେ ପୋଲିସ ପ୍ରଶାସନ ଏବଂ ଥାନାବାବୁଙ୍କ କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । କୁକୁରର ମଳମୁତ୍ର ସଫା କରିବା କ’ଣ ଜଣେ ହୋମଗାର୍ଡଙ୍କର କାମ? ତା ଉପରେ ପୁଣି ବାବୁ ଧମକ ଦେଇ ଚାଲୁଥିଲେ । କାମ ନକଲେ ମିଛ ଦୋଷରେ ଜେଲରେ ପୁରାଇ ଦେବାର ଧମକ ।

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀଙ୍କ ନାରେ ଆସିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ । ଉପାନ୍ତ ଅଞ୍ଚଳର କୋଟଗଡ଼ ଥାନା ଅଧିକାରୀ ହୋମଗାର୍ଡ କବିଚନ୍ଦ୍ର ନାୟକଙ୍କ ପ୍ରତି ଅପମାନ ଜନକ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଭଳି ଏକ ନିନ୍ଦନୀୟ ଘଟଣା ସାମନାକୁ ଆହିଛି । ଥାନା ଦାୟିତ୍ୱରେ ଥିବା ଆଇଆଇସି ଧୀରଜ ଲେଙ୍କା ଥାନାରେ କବିଚନ୍ଦ୍ରଙ୍କୁ ତାଙ୍କ ଦୁଇ କୁକୁର ଜାଗା ରଖା କରିବା ଏବଂ କୁକୁରମାନଙ୍କର ମଳମୂତ୍ର ସଫା କରିବା ପାଇଁ ବାଧ୍ୟ୍ୟ କରୁଥିଲେ । କିନ୍ତୁ ସେ କୁକୁର ଏଥିପାଇଁ ବାରଣ କରିବାରୁ ତାଙ୍କୁ ଥାନାକୁ ଡାକି ନିସ୍ତୁକ ମାଡ ମାରିଛନ୍ତି ଆଇଆଇସି ଧୀରଜ ଲେଙ୍କା । ନିଶାସକ୍ତ ଅବସ୍ଥାରେ କବିଚନ୍ଦ୍ରଙ୍କୁ ପ୍ଲାଷ୍ଟିକ ଲାଠିରେ ସେ ମାଡ ମାରିଛନ୍ତି । ଏହାସହିତ ଅଭଦ୍ର ଭାଷା ରେ ଗାଳି ଗୁଲଜ କରି ତାଙ୍କୁ ଜାତିଆଣ ଆକ୍ଷେପ କରି କହିଛନ୍ତି ଥାନାବାବୁ ।

କେବଳ ସେତିକି ନୁହେଁ, ମିଥ୍ୟା ମକଦ୍ଦମା ଲଗାଇ ଜେଲରେ ପୁରାଇ ଦେବାର ଧମକ ଦେଇଥିବା ଅଭିଯୋଗ ହେଇଛି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ଚିକିତ୍ସା କରି କନ୍ଧମାଳ ଜିଲ୍ଲା ମୁଖ୍ୟ ପୋଲିସ ପ୍ରଶାସନ ଅଧିକାରୀଙ୍କୁ ସେ ଅଭିଯୋଗ କରିଛନ୍ତି । କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ଜରିଆରେ ଦାବୀପତ୍ର ଦେବା ପାଇଁ ପୋଲିସ ମୁଖ୍ୟ କାର୍ଯ୍ୟଳୟକୁ ଆସି ନିଜେ ଗୃହରକ୍ଷୀ କୋମାଡେଣ୍ଟ ତଥା ଏସପିଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ତେବେ ଏହି ଅଭିଯୋଗ ପରେ ଏହା ଉପରେ କେବେ ତଦନ୍ତ ହେବ ଏବଂ ହୋମଗାର୍ଡ କବିଚନ୍ଦ୍ର ନାୟକ ଙ୍କୁ କେବେ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.