fbpx

ଶୁନଶାନ୍ ଜାଗାରେ ସେକ୍ସ କରୁଥିଲେ ପୋଲିସ୍ କର୍ମୀ, ସବୁକିଛି ହେଲା ରେକର୍ଡ; ତାପରେ…

Advertisement

ଲଣ୍ଡନ: ୟୁକେର ସୁରେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ମାମଲା ସାମନାକୁ ଆସିଛି । ଏଠାରେ ଜଣେ ମହିଳା ଓ ପୋଲିସ୍ କର୍ମୀଙ୍କ ଉପରେ ଅଭିଯୋଗ ଅଣାଯାଇଛି । ଅଭିଯୋଗ ଏହା ଯେ, ଏମାନେ ଦୁଇଜଣ ଡ୍ୟୁଟି କରିବା ସମୟରେ ଗାଡ଼ି ଭିତରେ ଯୌନ ସମ୍ବନ୍ଧ ରଖିବାକୁ ଯାଇଥିଲେ । ଆଉ ଏହି ସମୟରେ ହସ୍ପିଟାଲରୁ ଜରୁରୀ କଲ୍ ଅର୍ଥାତ୍ ସାହାଯ୍ୟ ପାଇଁ କେହି ଜଣେ କଲ୍ କରୁଥିବା ବେଳେ ସେମାନେ କଲ୍ କୁ ଉଠାଇ ନଥିଲେ ।

ଦ ସନ୍ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ମହିଳା ପୋଲିସ୍ କର୍ମୀ ମାଲୀ ଏଡୱାଡ୍ସ ଏବଂ ରିଚାର୍ଡ ପେଟନ୍ ଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି । ଅଭିଯୋଗ କ୍ରମେ ସକାଳ ୪ଟା ୫୧ ମିନିଟ୍ ରେ ସେମାନଙ୍କ ପାଖକୁ ହସ୍ପିଟାଲରୁ କଲ୍ ଆସିଥିଲା । ଯେଉଁଥିରେ ସେମାନେ କୌଣସି ରେସପନ୍ସ କରିନଥିଲେ । ସେ ସମୟରେ ଏମାନେ ସେକ୍ସ କରିବାରେ ବ୍ୟସ୍ତ ଥିଲେ । ଏହା ପୂର୍ବରୁ ବି ସକାଳ ୪ଟା ୧୭ ରେ ବି ଗୋଟିଏ ନାଇଟ୍ କ୍ଲବ୍ ରୁ କଲ୍ ଆସିଥିଲା । ତାକୁ ବି ସେମାନେ ଉଠାଇନଥିଲେ ।

ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ପୋଲିସ୍ ଗାଡ଼ିରେ ଦୁହେଁ ସହରରୁ ବାହାରକୁ ଚାଲି ଯାଇଥିଲେ ଓ କୌଣସି ଏକ ସ୍ଥାନରେ ଗାଡ଼ି ରଖି ତା ଭିତରେ ସମ୍ବନ୍ଧ ବନାଉଥିଲେ । ତେବେ ଏହି ପୋଲିସ୍ କର୍ମୀ ଚାକିରୀରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ସେମାନେ ଡ୍ୟୁଟି ସମୟରେ ସମ୍ବନ୍ଧ ରଖୁଥିବା କଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୂଚନା ଯେ, ପୋଲିସ୍ କର୍ମୀ ଦୁଇଜଣ ରଖୁଥିବା ବେଳେ ସେମାନଙ୍କ ପାଟି ଗାଡ଼ିରେ ଥିବା ଅଡିଓ ରେକର୍ଡର୍ ରେକର୍ଡ ହୋଇଯାଇଥିଲା । ଯାହାକୁ ଯାଞ୍ଚ କରୁଥିବା ପ୍ୟାନେଲ୍ ବି ଶୁଣିଛନ୍ତି । ଆଉ ଉକ୍ତ ଅଡିଓରୁ ଏହା ଜଣା ପଡ଼ିଥିଲା ଯେ, ଦୁହେଁ ଗାଡ଼ି ଭିତରେ ସମ୍ବନ୍ଧ ରଖୁଥିଲେ ।

Get real time updates directly on you device, subscribe now.