fbpx

ଏଣିକି ସରକାରୀ କ୍ୱାର୍ଟରରେ ପୋଷା କୁକୁର ରଖିପାରିବେ ନାହିଁ ପୋଲିସ ଅଧିକାରୀ: ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ନିଜ ଘରେ ପୋଷା କୁକୁର ରଖିବା ଅଧିକାଂଶ ଲୋକଙ୍କର ସଉକ ରହିଥାଏ । ପୋଷା ପଶୁପକ୍ଷୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ମଧ୍ୟ ବହୁ ପଶୁପ୍ରେମୀ ଗ୍ରହଣ କରିଥାନ୍ତି । କିଛି ଲୋକ ନିଜର ପୋଷାକ ପୋଷା କୁକୁର ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି ।

ତେବେ ଅନେକ ସମୟରେ ଯଦି କୌଣସି କାରଣରୁ ଗୃହପାଳିତ ପଶୁପକ୍ଷୀଙ୍କର ମୃତ୍ୟୁ ଘଟେ, ତେବେ ସେ ସମୟରେ ଘରର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ପରି ଅନୁଭବ ହୋଇଥାଏ । ନିକଟରେ ପଞ୍ଜାବ ସରକାର ଗୃହପାଳିତ ପଶୁଙ୍କୁ ନେଇ ଏକ ନୂଆ ନିୟମ ଲାଗୁଛନ୍ତି ।

କୁହାଯାଇଛି ଯେ, ଏଣିକି ପୋଲିସ କର୍ମୀମାନେ ସେମାନଙ୍କର ସରକାରୀ ବାସଭବରେ ଗୃହପାଳିତ କୁକୁରକୁ ରଖିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଜାରି ରହିଛି । କେଉଁ କାରଣ ପାଇଁ ଏପରି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଲେ ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.