fbpx

ରାଜସ୍ଥାନୀ ସିଙ୍ଗରଙ୍କ କମାଲ୍: କାନ୍ସ ରେଡ୍ କାର୍ପେଟରେ ଚାଲିଲେ ପ୍ରଥମ ଭାରତୀୟ ଲୋକ କଳାକାର

ନୂଆଦିଲ୍ଲୀ: ଜଣେ ରାଜସ୍ଥାନୀ ସିଙ୍ଗର କାନ୍ସ ରେଡ୍ କାର୍ପେଟରେ ୱାକିଂ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ପ୍ରଥମ ଭାରତୀୟ ଫୋଲ୍କ ଆର୍ଟିଷ୍ଟ ଭାବେ ସେ କାନ୍ସ ରେଡ୍ କାର୍ପେଟରେ ଚାଲି ଏକ ବିରଳ ରେକର୍ଡ କରିଛନ୍ତି । ଆର ମାଧବନ, ରିକି କେଜ, ପ୍ରସୁନ ଜୋଶୀ, ନୱାଜୁଦ୍ଦିନ ସିଦ୍ଦିକି, ଶେଖର କପୁର ଓ ଅନୁରାଗ ଠାକୁର କାନ୍ସ ୨୦୨୨ ରେଡ କାର୍ପେଟ ଅବସରରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ରାଜସ୍ଥାନୀ ସିଙ୍ଗର ମେମେ ଖାନ ପ୍ରଥମ ଭାରତୀୟ ଲୋକ କଳାକାର ଭାବେ କାନ୍ସ ରେଡ୍ କାର୍ପେଟରେ ଚାଲିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମେମେ ପୂର୍ବରୁ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରେ ଲକ ବାଏ ଚାନ୍ସ, ଆଇ ଆମ, ନୋ ୱାନ କିଲଡ ଜେସିକା, ମୁନସୁନ ମ୍ୟାଙ୍ଗୋଜ, ମିର୍ଜିଆ ଆଣ୍ଡ ସୋଷ୍ଟିରିଆ ରହିଛି । ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ସହ ମେମେ କୋକେ ଷ୍ଟୁଡିଓର ଏକ ଏପିସୋଡରେ ମଧ୍ୟ କାମ କରିଛନ୍ତି ।

ରେଡ୍ କାର୍ପେଟରେ ଚାଲିବା ଅବସରରେ ମେମେ ରାଜସ୍ଥାନର ପାରମ୍ପରିକ ଡ୍ରେସ୍ ପରିଧାନ କରିଥିଲେ । ସେ ଏକ ପିଙ୍କ କୁର୍ତ୍ତା ସହିତ ନେଭି ବ୍ଲୁ ଜ୍ୟାକେଟ ପିନ୍ଧିଥିଲେ । ମେମେଙ୍କ ଡ୍ରେସ୍ ଡିଜାଇନ କରିଥିଲେ ଅଞ୍ଜୁଲି ଚକ୍ରବର୍ତ୍ତୀ । ଅଭିନେତ୍ରୀ ତମନ୍ନା ଭାଟିଆ, ନୟନତାରା, ପୂଜା ହେଗଡ଼େ, ଐଶ୍ୱର୍ଯ୍ୟା ରାୟ ବଚନ, ଦୀପିକା ପାଦୁକୋନ, ନୱାଜୁଦ୍ଦିନ ସିଦ୍ଦିକି, ଏଆର ରେହମାନ, ହିନା ଖାନ, ହେଲି ଶାହଙ୍କ ପରି ସେଲିବ୍ରେଟିମାନେ ଏହି ପ୍ରେଷ୍ଟିଜିଅସ୍ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରାନ୍ସ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।

Get real time updates directly on you device, subscribe now.