fbpx

ଫ୍ଲାଟରୁ ମିଳିଲା ୪ କୋଟି ୩୦ ଲକ୍ଷ ଟଙ୍କା: ବିଡ଼ା ବିଡ଼ା ନୋଟକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ

ନାଗପୁର: ମହାରାଷ୍ଟ୍ରର ନାଗପୁରର ଏକ ଫ୍ଲାଟରେ ପୋଲିସ ଚଢ଼ାଉ କରି ସେଠାରୁ ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ପୋଲିସ ତିନି ଜଣ ହୱାଲା ବ୍ୟବସାୟୀଙ୍କୁ ଗିରଫ କରିଛି । ଡିସିପି ଗଜାନନ ରାଜମାନେ ଏହି ରେଡକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗୁପ୍ତ ସୂଚନା ଆଧାରରେ ପୋଲିସ ଏହି ଚଢ଼ାଉ ଶୁକ୍ରବାର ବିଳମ୍ବିତ ରାତିରେ କରିଥିଲା ।

नोट गिनने के लिए मंगवानी पड़ी मशीन.

ଡିସିପି ପୁଣି କହିଛନ୍ତି ଯେ, ଟଙ୍କାର ପରିମାଣ ଏତେ ଥିଲା ଯେ ଏହାକୁ ଗଣିବା ପାଇଁ ଏକ ମେସିନ୍ ଆଣିବାକୁ ପଡିଥିଲା । ପୋଲିସ ହାୱାଲା ବ୍ୟବସାୟୀ ନେହଲ ବାଦଲିଆ, ଭିଲାସବାଇ ପଚିକର ଏବଂ ଶିବକୁମାର ଦିୱାନୱାଲଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି । ଏତେ ପରିମାଣର ଟଙ୍କା ଜବତ ପରେ ୩ ଜଣଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ଜାଣିବାକୁ ପୋଲିସର ଛାନଭିନ କରୁଛି ।

Get real time updates directly on you device, subscribe now.