Breaking: ଅଟକ ନେତାଙ୍କୁ ଛାଡ଼ିଦେଲା ପୋଲିସ, ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଲେ ପିସିସି ସଭାପତି
ସକାଳେ ଆନ୍ଦୋଳନ ସ୍ଥଳରୁ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ। ଏବେ ସମସ୍ତ ନେତାଙ୍କୁ ଛାଡି ଦେଇଛି ପୋଲିସ। ଆଉ ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଛନ୍ତି ଭକ୍ତ ଚରଣ ଦାସ।
ଭୁବନେଶ୍ୱର: ଶାନ୍ତ ପଡ଼ିଲା ପରିସ୍ଥିତି। ଦିନ ତମାମର ଆନ୍ଦୋଳନ ପରେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିଲେ ପୋଲିସ କର୍ମଚାରୀ। ଏହାସହ ଆନ୍ଦୋଳନ ସ୍ଥଳରୁ ଯେଉଁସବୁ ନେତା ଓ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ। ଏବେ ସେମାନଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।
ସୂଚନାନୂସାରେ, କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସମେତ ଅନେକ କର୍ମଚାରୀଙ୍କୁ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଥିଲା ପୋଲିସ।
ହେଲେ ଏବେ ସ୍ଥିତି ଆୟତ୍ତକୁ ଆସିବା ପରେ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି। ଆଉ ଥାନାରୁ ଆସି ସିଧା ନିଜ କର୍ମୀଙ୍କୁ ଭେଟିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ଆନ୍ଦୋଳନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ। କାହାର ମୁଣ୍ଡରେ ଆଘାତ ଲାଗିଥିଲା। ତ ଆଉ କାହାର ଦେହରେ ଗଭୀର କ୍ଷତ ହୋଇଥିଲା।
ଆଉ ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଉ ଯେଉଁସବୁ ମହିଳା ଓ ପୁରୁଷ କର୍ମୀ ଆନ୍ଦୋଳନରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।