fbpx

ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ପୋଲିସର କଡା ପଦକ୍ଷେପ; ସିଜ ହେଉଛି ସମ୍ପତ୍ତି

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତ ଆସାମିଙ୍କ ସମ୍ପତିକୁ ଜବତ କରିବା ପାଇଁ ପ୍ରଥମ ଥର ଲାଗି ମାଲକାନଗିରି ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଗୋଟିଏ ଗଞ୍ଜେଇ ଚାଲାଣ ମାମଲାରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ସିଜ କରିଛି । ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ଵିବେଦି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ମାଲକାନଗିରି ଜିଲ୍ଲା ଏମ.ଭି-୭୯ ଥାନା କେସ ନମ୍ବର ୦୯/୨୧ ତାରିଖ ୦୧.୦୨.୨୦୨୧ ଅନୁଯାୟୀ ଗତ ଫେବୃଆରି ମାସରେ ୧୧ ଜଣ ବ୍ୟକ୍ତିଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେମାନେ ସମସ୍ତେ ଦୋଷି ସାବ୍ୟସ୍ତ ହୋଇଥିଲେ ।
ଏହି ୧୧ ଜଣ ଗଞ୍ଜେଇ ବେପାର କରି ଆୟ ବହିଭୂତ ସମ୍ପତି ଠୁଳ କରିଥିବାରୁ ୧୯୮୫ ମସିହା ଅବକାରୀ ଆଇନ ଅନୁଯାୟୀ ସେମାନଙ୍କ ସମସ୍ତ ସମ୍ପତି, ବ୍ୟାଙ୍କ ଆକାଉଣ୍ଟ ଏବଂ କୋଠା ଘର ଗୁଡିକୁ ବାଜ୍ୟାପ୍ତି କରାଯିବା ସହ ଆଜି ସିଲ କରାଯାଇଛି । ମୋଟ ମୂଲ୍ୟ ୩ କୋଟି ୫ ଲକ୍ଷ ୫୭ ହଜାର ୧୮୭ ଟଙ୍କା ବୋଲି ଏସ.ଡି.ପି.ଓ ଅଂଶୁମାନ ଦ୍ଵିବେଦି ସୂଚନା ଦେଇଛନ୍ତି । ତତ୍କାଳୀନ ଏସ.ଡି.ପି.ଓ ତଥା ବର୍ତମାନର ଚିତ୍ରକୋଣ୍ଡା ଏସ.ଡି.ପି.ଓ ଭାବେ ଦାଇତ୍ୱ ନେଇଥିବା ଅଂଶୁମାନ ଏହି କେସ ପରିଚାଳନା କରିଥିଲେ ।

Get real time updates directly on you device, subscribe now.