fbpx

ଏବେ ପୋଲିସ ଅଭିଯୁକ୍ତକୁ ୧୫ ନୁହେଁ ୯୦ଦିନ ରଖିପାରିବ ଥାନାରେ, IPC, CrPC ରେ ହେବାକୁ ଯାଉଛି ବହୁ ବଡ ପରିବର୍ତ୍ତନ

Advertisement

ନୂଆଦିଲ୍ଲୀ: ଏବେ ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି । ଆଜି ସଂସଦରେ ୩ ଗୁରୁତ୍ୱପୂର୍ଣ୍ଣ କ୍ରିମିନାଲ୍ ବିଲ୍ ଉପରେ ଚର୍ଚ୍ଚା ହେବାକୁ ଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏହି ୩ କ୍ରିମିନାଲ ବିଲ୍ (ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ବିଲ୍‌)କୁ ସଂସଦରେ ଉପସ୍ଥାପନ କରି ସାରିଛନ୍ତି । ଏହା କ୍ରମଶଃ ଇଣ୍ଡିଆନ୍ ପେନାଲ କୋଡ୍‌(IPC)), କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଡ୍ୟୁର(CrPC ) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ସଂଶୋଧିତ ହେବ ।

ଏହି ୩ ବିଲ୍‌କୁ ସଂଶୋଧନ ପାଇଁ ପ୍ରଥମେ ଯେଉଁ ବିଲ୍ ଉପସ୍ଥାପନ କରାଯାଇଥିଲା ତାହାକୁ ସଂସଦର ସ୍ଥାୟୀ କମିଟି ପାଖକୁ ପଠାଯାଇଥିଲା । ଏହାପରେ କମିଟିର ରିପୋର୍ଟ ଆସିବା ପରେ ଏହି ବିଲ୍‌କୁ ଫେରାଇ ନିଆଯାଇଥିଲା ଓ ଏବେ ଏହାକୁ ରିଡ୍ରାଫ୍ଟ କରି ପୁଣି ସଂସଦରେ ଉପସ୍ଥାପନ କରାଯିବ ।CrPC ଯାଗାରେ ଆସୁଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩(BNSS)ରେ ଅପରାଧିକ ଆଇନ ଜରିଆରେ ପୋଲିସ କଷ୍ଟଡୀରେ ରହିବାର ସର୍ବାଧିକ ସୀମା ୧୫ ଦିନରୁ ବୃଦ୍ଧି କରି ୬୦ ଦିନ କିମ୍ବା ୯୦ ଦିନ(ଅପରାଧ ଆଧାରରେ) କରି ଦିଆଯାଇଛି । ଏହାର ଅର୍ଥ ନୂଆ ଭାରତୀୟ ନାଗରିକ ସଂହିତା ୨୦୨୩ ଆଧାରରେ ପୋଲିସ ଏବେ ଅଭିଯୋଗ ଆସିଥିବା ବ୍ୟକ୍ତିକୁ ୯୦ ଦିନ ପର୍ଯ୍ୟନ୍ତ ଥାନାରେ ରଖିପାରିବ ।

CrPC ରେ ପୂର୍ବରୁ ଥିବା ୨ଟି ପ୍ରାବଧାନକୁ ହଟାଇ ଦିଆଯାଇଛି । ଭାରତୀୟ ନାଗରିକ ସଂହିତାରେ ଏବେ ୫୩୧ ଧାରା ରହିବ ଯାହା ପୂର୍ବରୁ ୫୩୩ ଥିଲା । CrPC ରୁ ଧାରା ୪୪୫ ଓ ୪୭୯କୁ ହଟାଇ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଆଇପିସି ଇଂରେଜ ଶାସନ କାଳରେ ୧୮୬୦ରେ ତିଆରି କରାଯାଇଥିଲା । ଏଥିରେ କେଉଁ କାର୍ଯ୍ୟ ଅପରାଧ ଓ ଏଥିପାଇଁ କ’ଣ ସଜା ରହିବା ଉଚିତ ସେଥିପାଇଁ ପ୍ରାବଧାନ ରହିଥିଲା । ଏବେ ଏହାର ନାମ ପରିବର୍ତ୍ତନ କରି ଇଣ୍ଡିଆନ ଜୁଡିସିଆଲ କୋଡ୍ ରଖିିବାକୁ ପ୍ରସ୍ତାବ ଦିଆଯାଇଛି । ୨ୟ ଆଇନ ହେଉଛି CrPC  ଯାହା ୧୯୮୯ରେ ଲାଗୁ ହୋଇଥିଲା । ଏଥିରେ ଗିରଫଦାରୀ, ମାମଲାର ଯାଞ୍ଚ ଓ ମୋକଦ୍ଦମା ରୁଜୁ କରିବାର ପ୍ରାବଧାନ ବିଷୟରେ ଉଲ୍ଲେଖ ରହିଥିଲା । ଏହା ସ୍ଥାନରେ ଏବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଅଣାଯାଇଛି । ୩ୟ ଆଇନ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଯାହା ୧୯୭୨ରେ ପ୍ରଣୟନ କରାଯାଇଥିଲା । ମୋକଦ୍ଦମାର ତଥ୍ୟ କିପରି ପ୍ରମାଣିତ କରାଯିବ, ସାକ୍ଷୀ ଓ ଅଭିଯୁକ୍ତର ବୟାନ କିପରି ରେକର୍ଡ କରାଯିବ ଏସବୁ ଏହି ଆଇନରେ ଉଲ୍ଲେଖ ରହିଥିଲା । ଏବେ ଏହା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ବିଲ୍ ୨୦୨୩ ।
ତେବେ ନୂଆ ବିଲ୍ ପାସ୍ ହୋଇଗଲେ ସାଧାରଣ ନାଗରିକଙ୍କ ଉପରେ ପୋଲିସର ମନମାନି ବଢିବ ବୋଲି ଏକ ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ଏହି ସମସ୍ତ ପ୍ରାବଧାନ ବିଶେଷ ଆଇନ ପର୍ଯ୍ୟନ୍ତ ସୀମିତ ଥିଲା ଓ ଏବେ ଏହାକୁ ସାଧାରଣ ଅପରାଧିକ ଆଇନ ଅଧୀନକୁ ଅଣାଯାଉଛି । କିନ୍ତୁ ନୂଆ ବିଲ୍‌ରେ ବଡ ବିଶେଷତ୍ୱ ହେଉଛି ଏଥିରେ ରାଜଦ୍ରୋହକୁ ହଟାଇ ଦିଆଯାଇଛି ଓ ଆତଙ୍କବାଦକୁ ସାମିଲ କରାଯାଇଛି ଯାହା ପୂର୍ବରୁ ଆଇପିସିରେ ସାମିଲ ନ ଥିଲା ।

Get real time updates directly on you device, subscribe now.