ହରିୟାଣା: OYO ହୋଟେଲରେ ହଙ୍ଗାମା। ପୋଲିସ କର୍ମୀଙ୍କୁ ଚପଲରେ ନିର୍ଧୁମ ଛେଚିଲେ ମହିଳା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚପଲ ମାଡ଼ର ଭିଡ଼ିଓ।
ହେଲେ ଜଣେ ପୋଲିସ କର୍ମାଚାରୀଙ୍କୁ ଜଣେ ମହିଳା କାହିଁକି ଏପରି ବ୍ୟବହାର କଲେ ତାହା ଏବେ ପ୍ରଶ୍ନ ଘେରରେ। ଆଉ ସବୁଠାରୁ ବଡ କଥା ହେଉଛି ପୋଲିସ କର୍ମଚାରୀ ଜଣକ oyo ହୋଟେଲରେ କରୁଥିଲେ କ’ଣ?
OYO ହୋଟେଲରେ ହଙ୍ଗାମା: ଫରିଦାବାଦର ସରୁରପୁର ଅଞ୍ଚଳେ ଥିବା ଏକ OYO ହୋଟେଲର ଘଟଣା। ଜଣେ ଟ୍ରାଫିକ୍ ପୋଲିସଙ୍କୁ ଜଣେ ମହିଳା ଚପଲରେ ପିଟୁଥିବାର ଘଟଣା ସାମ୍ନାକୁ ଆସିଛି।
କୁହାଯାଉଛି ଯେ ଓୟୋ ହୋଟେଲ୍ ମାଲିକ ଟ୍ରାଫିକ୍ ପୋଲିସଙ୍କୁ ଚପଲରେ ପିଟିଛନ୍ତି ଏବଂ ଜଣେ ଯୁବକ ଟ୍ରାଫିକ୍ ପୋଲିସଙ୍କୁ ଧରି ଠିଆ ହୋଇଛନ୍ତି। ଅନ୍ୟ ଜଣେ ଟ୍ରାଫିକ୍ ପୋଲିସଙ୍କ କହିବା ଅନୁଯାୟୀ, ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା ହେଲେ ତା ସତ୍ତ୍ୱେ ମଧ୍ୟ ଭିଡ଼ିଓଟିକୁ ଭାଇରାଲ କରାଗଲା।
ଟ୍ରାଫିକ ପୋଲିସଙ୍କୁ ମାଡ଼: ଘଟଣା ବେଳେ ଉପସ୍ଥିତ ଥିବା ଆଉ ଜଣେ ଟ୍ରାଫିକ୍ ପୋଲିସଙ୍କ କହିବା କଥା ଯେ, ଏହା ସତ ହୋଟେଲର ମାଲିକ ଜଣେ ଟ୍ରାଫିକ୍ ପୋଲିସଙ୍କୁ ମାଡ଼ ମାରିଛନ୍ତି।
ହେଲେ ଯଦି ପୋଲିସ ଜଣକ କିଛି ଭୁଲ କଲେ ତାହାଲେ ମାଲିକ ଜଣକ ଶାନ୍ତ ହୋଇ କଥାବାର୍ତ୍ତା କରିପାରିଥାନ୍ତେ। ନହେଲେ ୧୧୨କୁ ଫୋନ୍ କରି ପୋଲିସକୁ ଡାକିପାରିଥାନ୍ତେ।
ଦେକିବାକୁ ଗଲେ ଝଗଡ଼ା ପରେ ଉଭୟ ପକ୍ଷ ଆପୋଷ ସମାଧାନ କରିଥିଲେ, ଯାହା ପରେ ବି ସେମାନେ ଭିଡ଼ିଓ ଭାଇରାଲ କରିଥିଲେ। ଯେଉଁଥିପାଇଁ ମୁଜାଫରନଗର ପୋଲିସ ଷ୍ଟେସନରେ ଓୟୋ ହୋଟେଲର ମାଲିକ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ପୋଲିସ କ’ଣ କହିଲା: ପୋଲିସ ପିଆରଓ ଯଶପାଲ ଏହି ବିଷୟରେ କହିଛନ୍ତି ଯେ ଟ୍ରାଫିକ୍ ଜାମ୍ ଯୋଗୁଁ ଟ୍ରାଫିକ୍ ପୋଲିସ ସେଠାକୁ ଯାଇଥିଲେ। ପ୍ରକୃତରେ ଓୟୋ ହୋଟେଲ ବାହାରେ ଗାଡି ପାର୍କିଂ କରାଯାଇଥିଲା। ପୋଲିସ କର୍ମଚାରୀ ଏ ବିଷୟରେ ହୋଟେଲ ଅପରେଟରଙ୍କ ସହ କଥା ହୋଇଥିଲେ।
ରାସ୍ତାରେ ଗାଡି ପାର୍କିଂ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ହେଉଛି। ଏହି କାରଣରୁ ହୋଟେଲ ଅପରେଟରମାନେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।
ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି। ଏପରିକି ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହି ମାମଲାରେ ପୋଲିସ କର୍ମଚାରୀ ଏବଂ ଓୟୋ ହୋଟେଲ ଅପରେଟରଙ୍କ ମଧ୍ୟରେ କୌଣସି ଚୁକ୍ତି ହୋଇଛି କି ନାହିଁ, ସେ ଏହାକୁ ଅସ୍ୱୀକାର କରିଛନ୍ତି।