fbpx
BSKY SKY
BSKY SKY

ରହସ୍ୟମୟ ଭାବରେ ଗୋଲାପୀ ରଙ୍ଗ ଧାରଣ କଲା ପୁଷ୍କରିଣୀ ଜଳ, ସାମ୍ନାକୁ ଆସିଲା ଚିନ୍ତାଜନକ କାରଣ

BSKY

ନୂଆଦିଲ୍ଲୀ:ଯଦି ପୁଷ୍କରିଣୀର ନୀଳ ଜଳରାଶି ଅଚାନକ ଗୋଲାପୀ ରଙ୍ଗ ଧାରଣ କରେ ତେବେ ସମସ୍ତେ ଏହା ଦେଖି ଭୟ ପାଇଯିବା ସ୍ୱଭାବିକ । ଏହା ସହିତ ଏପରି ଘଟଣା ପଛରେ ଥିବା କାରଣ ବି ଆପଣଙ୍କୁ ଅଧିକ ଚିନ୍ତାରେ ପକାଇଦେବ । ଏହି ପୁଷ୍କରିଣୀ ଆମେରିକାର ହାୱାଇରେ ଅବସ୍ଥିତ । ଯେତେବେଳେ ସୋସିଆଲ ମିଡିଆରେ ଏହି ପୁଷ୍କରିଣୀର ଭିଡିଓ ଭାଇରାଲ ହୋଇଛି ସେତେବେଳେ ଲୋକମାନେ ବହୁ ସଂଖ୍ୟାରେ ଏହାକୁ ଦେଖିବାକୁ ସେଠାରେ ପହଞ୍ଚିଛନ୍ତି ।
ତେବେ ଏ ସଂପର୍କରେ କେଲିୟା ପଣ୍ଡ ନ୍ୟାସନାଲ ୱାଇଲ୍ଡ ଲାଇଫ୍ ରିଫ୍ୟୁଜିର ସ୍ୱୟଂସେବକ କହିଛନ୍ତି ସେ ଏପରି କେବେ ବି ଦେଖି ନାହାନ୍ତି । ଦୀର୍ଘ ୭୦ରୁ ଅଧିକ ବର୍ଷ ଧରି ଏହି ପୁଷ୍କରିଣୀକୁ ଦେଖି ଆସିଥିବା ଲୋକମାନେ ଅଚାନକ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଏହି ପୁଷ୍କରିଣୀ ହାୱାଇର ମାଉ ଅଞ୍ଚଳରେ ଅବସ୍ଥିତ ଯାହା ଦୀର୍ଘଦିନ ଧରି ମରୁଡିର ସାମ୍ନା କରି ଆସୁଛି । ବୈଜ୍ଞାନିକଙ୍କ ମତ ପାଣି ଗୋଲାପୀ ହୋଇଯିବା ପଛରେ ଏହି କାରଣ ଦାୟୀ ହୋଇପାରେ । କିନ୍ତୁ ଲ୍ୟାବରେ ପରୀକ୍ଷଣ ପରେ ଏହା ପଛରେ ଅନ୍ୟ କିଛି କାରଣ ରହିଥିବା ଜଣାପଡିଛି । ହେଲୋବ୍ୟାକ୍ଟେରିଆ କାରଣରୁ ପାଣିର ରଙ୍ଗ ଏପରି ଅଚାନକ ବଦଳି ଯାଇଥିବା ଜଣାପଡିଛି । ଏହି ବ୍ୟାକ୍ଟେରିଆ ଏକ ପ୍ରକାର ଏକ କୋଷୀ ଜୀବ ଯାହା ଅଧିକ ଲୁଣି ପାଣିରେ ବଂଶ ବୃଦ୍ଧି କରିଥାନ୍ତି । କେଲିଆ ପୁଷ୍କରିଣୀ କ୍ଷେତ୍ରରେ ଲବଣତା ମାତ୍ରା ଏବେ ସମୁଦ୍ର ଜଳର ଲବଣତା ଠାରୁ ୨ ଗୁଣ ଅଧିକ ରହିଛି । ତେବେ ଏହା ଉପରେ ଆହୁରି ଅଧ୍ୟୟନ କରାଯାଉଛି । ଲୋକମାନଙ୍କୁ ପୁଷ୍କରିଣୀ ମଧ୍ୟକୁ ନ ଯିବାକୁ କୁହାଯାଇଛି । ଏହା ସହିତ ଏଥିରେ ଥିବା ମାଛ ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.