fbpx

ହଲିଉଡ଼ର ଲୋକପ୍ରିୟ ଅଭିନେତା କାର୍ଲ ୱେଦର୍ସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ହଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଜ ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ହଲିଉଡ଼ର ଭେଟେରାନ୍ ଅଭିନେତା କାର୍ଲ ୱେଦର୍ସଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଏନେଇ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି ହୋଇଛି । ଭାରତରେ ମଧ୍ୟ କାର୍ଲଙ୍କ ଫ୍ୟାନ୍ ଫଲୋୱିଙ୍ଗ୍ ଅନେକ । ତେବେ ତାଙ୍କ ମ୍ୟାନେଜରଙ୍କ କହିବାନୁଯାୟୀ କାର୍ଲ ୱେଦର୍ସ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ।

କେବଳ ଚଳଚ୍ଚିତ୍ର ଜଗତ ନୁହେଁ ବରଂ କ୍ରୀଡ଼ା ଜଗତରେ ମଧ୍ୟ କାର୍ଲଙ୍କ ବଡ଼ ଅବଦାନ ରହିଛି । ଏଥିପାଇଁ ସେ ସାରା ବିଶ୍ୱରେ ଜଣାଶୁଣା । କାର୍ଲଙ୍କ କାର୍ଯ୍ୟ ଦକ୍ଷତା ତାଙ୍କ ପ୍ରଶଂସକଙ୍କ ହୃଦୟରେ ଗଭୀର ଛାପ ଛାଡ଼ି ଯାଇଛି । ଫିଲ୍ମରେ କାମ କରିବା ପୂର୍ବରୁ ସେ ଜଣେ ଫୁଟବଲ ଖେଳାଳୀ ଥିଲେ । ଓସ୍କାର ବିଜେତା ଚଳଚ୍ଚିତ୍ର ‘ରକି’ରେ ତାଙ୍କୁ ୩ଟି ସିକ୍ୱେଲରେ ଦେଖିବାକୁ ମିଳିଥିଲା । କାର୍ଲଙ୍କ ଦେହାନ୍ତରେ ହଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.