fbpx

ଆଗାମୀ ଦିନରେ ଭାରତର ଜନସଂଖ୍ୟା ୪୧ କୋଟି କମିଯିବ: ଏହା କେମିତି ସମ୍ଭବ, ଦେଖନ୍ତୁ ସ୍ପେଶାଲ ରିପୋର୍ଟ

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନବହୁଳ ରାଷ୍ଟ୍ର ହୋଇଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ଏହା ଚୀନକୁ ଟପିଯିବ ବୋଲି ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟ ପ୍ରକାଶ ପାଇଥିଲା । ମାତ୍ର ଏହି ରିପୋର୍ଟକୁ ଭୁଲ ପ୍ରମାଣିତ କରିଛି ଷ୍ଟାନଫୋର୍ଡ ଷ୍ଟଡି । ଆସନ୍ତା ୭୮ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ ବୋଲି କୁହାଯାଇଛି ।

ବର୍ତ୍ତମାନ ଭାରତର ପ୍ରତି ବର୍ଗ କିମିରେ ୪୭୬ ଜଣ ଲୋକ ବାସ କରୁଥିବା ବେଳେ ଚୀନରେ ଏହି ସଂଖ୍ୟା ୧୪୮ ରହିଛି । ତେବେ ୨୧୦୦ ଶତାବ୍ଦୀ ସୁଦ୍ଧା ଭାରତର ଏହି ଜନସଂଖ୍ୟା ସାନ୍ଦ୍ରତା ପ୍ରତି ବର୍ଗ କିମି ପିଛା ୩୩୫କୁ ହ୍ରାସ ପାଇବ । ବିଶ୍ୱର ଜନସଂଖ୍ୟାର ସାନ୍ଦ୍ରତା ତୁଳନାରେ ଭାରତର ସାନ୍ଦ୍ରତା ବହୁତ ହ୍ରାସ ପାଇବ ବୋଲି ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗର ପ୍ରୋଜେକ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

୨୦୨୨ରୁ ୨୧୦୦ ମଧ୍ୟରେ ଭାରତର ଜନସଂଖ୍ୟା ୧୪୧.୨ରୁ ୧୦୦.୩ କୋଟିକୁ ଖସି ଆସିବ । ତେବେ ଏହି ସମୟରେ ଚୀନ ଓ ଆମେରିକାର ପରିସ୍ଥିତି ମଧ୍ୟ ସମାନ ପ୍ରକାର ରହିବ । ଚୀନର ଜନଂସଖ୍ୟା ୯୩.୨ କୋଟିରୁ ୪୯.୪ କୋଟିକୁ ହ୍ରାସ ପାଇବ । ୨୦୫୦ ସୁଦ୍ଧା ଫର୍ଟିଲିଟି ୦.୫ ରହିବ । ଫର୍ଟିଲିଟି ହାର ହ୍ରାସ ପାଇବା କାରଣରୁ ଏହା ଜନସଂଖ୍ୟାକୁ ପ୍ରଭାବିତ କରିବ । ତେବେ ବିଶ୍ୱସ୍ତରରେ ଜନସଂଖ୍ୟା ହ୍ରାସ ଘଟିବା ଅନେକ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ । ଚଳିତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆଫ୍ରିକୀୟ ଦେଶମାନେ ବିକାଶ ଆଡ଼କୁ ଅଗ୍ରସର ହେବେ ।

Get real time updates directly on you device, subscribe now.