fbpx

ଅନଲାଇନ୍ କ୍ଲାସ ସମୟରେ ହ୍ୱାଟସଆପ୍ ଗ୍ରୁପରେ ଅଭିଭାବକ ପଠାଇଲେ ଅଶ୍ଲୀଳ ଭିଡିଓ, ଜାଣନ୍ତୁ କଣ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୧୧ା୧: ଅନଲାଇନ୍ କ୍ଲାସ ହ୍ୱାଟସଆପ୍ ଗ୍ରୁପରେ ଅଶ୍ଲୀଳ ଭିଡିଓ ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ସ୍କୁଲ ପିଲାଙ୍କ ଅନଲାଇନ କ୍ଲାସ ହ୍ୱାଟସଆପ୍ ଗ୍ରୁପରେ ହଠାତ ଏକ ଅଶ୍ଲୀଳ ଭିଡିଓ ଅପଲୋଡ ହୋଇଥିଲା । ଏହାକୁ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ ।

ତେବେ ଜଣେ ଅଭିଭାବକଙ୍କ ପକ୍ଷରୁ ଭୁଲବଶତଃ ଅଶ୍ଲୀଳ ଭିଡିଓଟି ହ୍ୱାଟସଆପ୍ ଗ୍ରୁପରେ ସେୟାର ହୋଇଯାଇଥିଲା । ତେବେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏନେଇ ସମ୍ପୃକ୍ତ ଅଭିଭାବକଙ୍କୁ ସତର୍କ କରାଇବା ସହ ଭବିଷ୍ୟତରେ ଏପରି ଭୁଲ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.