fbpx

ପୁଣି ଓଡ଼ିଶାକୁ ଫେରିବ ପୋସ୍କୋ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ଓଡ଼ିଶାକୁ ପୁଣି ପୋସ୍କୋ ଫେରିବ । ଏନେଇ ଓଡ଼ିଶା-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇପିକଲ ଓ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ପକ୍ଷରୁ ଅନୁଷ୍ଠିତ ଏହି ଦ୍ୱିପାକ୍ଷିକ ବୈଠକରେ ମୁଖ୍ୟ ଅତିଥି ଭାବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଛନ୍ତି ।

ତେବେ ବର୍ଷକ ମଧ୍ୟରେ ଭାରତରେ ୬୬ଟି ଦକ୍ଷିଣ-କୋରିଆ କମ୍ପାନୀ ବ୍ୟବସାୟ ଆରମ୍ଭ କରିବେ । ଭିଜନ ୨୦୩୦କୁ ନେଇ ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ତେବେ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଓଡ଼ିଶାରେ ୧୨ ବିଲିୟନ ଡଲାର ନିବେଶ କରିବ ବୋଲି ଜଣାପଡ଼ିଛି । ଏନେଇ ବୈଠକରେ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବୋଙ୍ଗକିଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପୋସ୍କୋ କମ୍ପାନୀ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ବହୁତ ବାଦବିବାଦ ଦେଖାଦେଇଥିଲା ।

Get real time updates directly on you device, subscribe now.