fbpx

Post Office ଆଣୁଛି ଦମଦାର ସ୍କିମ: ଘରେ ବସି ପ୍ରତି ମାସ ୨୦ ହଜାର ଟଙ୍କା ରୋଜଗାର କରନ୍ତୁ!

ଓଡ଼ିଶା ଭାସ୍କର: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଟଙ୍କାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ଇନଭେଷ୍ଟ କରିବା ସହ ଭଲ ରିଟର୍ଣ୍ଣ ମିଳୁଥିବା ସ୍ଥାନରେ ଲଗାଇବାକୁ ଚାହାଁନ୍ତି । ସେହିପରି ବୃଦ୍ଧ ସମୟକୁ ଆଖିରେ ରକି କିଛି ଲୋକ ଇନଭେଷ୍ଟମେଣ୍ଟ କରିଥାନ୍ତି । ଏହାଦ୍ୱାରା ପରିଣତ ବୟସରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ତେବେ ଏଥିପାଇଁ ପୋଷ୍ଟ ଅପିସ ଦ୍ୱାରା ପରିଚାଳିତ ବିଭିନ୍ନ ସେଭିଙ୍ଗସ ସ୍କିମ ବେଶ୍ ଲୋକପ୍ରିୟ ହୋଇପାରିଛି । ଏଥିମଧ୍ୟରେ ପୋଷ୍ଟ ଅଫିସ ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ ବରିଷ୍ଠ ନାଗରିକଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରେ ।

ସୂଚନା ଅନୁସାରେ, ଚଳିତବର୍ଷ ଜାନୁୟାରୀ ୧ ତାରିଖରୁ ପୋଷ୍ଟ ଅଫିସ ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ ଯୋଜନାରେ ନିବେଶ କରିଥିବା ଗ୍ରାହକଙ୍କୁ ୮.୨ ପ୍ରତିଶତଦରରେ ସୁଧ ପ୍ରଦାନ କରୁଛି । ରେଗୁଲାର ଇନକମ୍, ସୁରକ୍ଷିତ ଇନଭେଷ୍ଟମେଣ୍ଟ ଏବଂ ଟାକ୍ସରେ ରିହାତି ପାଇଁ ମଧ୍ୟ ପୋଷ୍ଟ ଅଫିସ ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ ପୋଷ୍ଟ ଅଫିସର ଲୋକପ୍ରିୟ ସ୍କିମ ଭିତରୁ ଗୋଟିଏ ହୋଇପାରିଛି । ତେବେ ଏଥିରେ ଗ୍ରାହକ ୧୦୦୦ ଟଙ୍କାରୁ ଇନଭେଷ୍ଟମେଣ୍ଟ ଆରମ୍ଭ କରିପାରିବ ଏବଂ ଏହାର ସର୍ବାଧିକ ନିବେଶ ସୀମା ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଅବସର ପରେ ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ହେବାରେ ଏହି ପୋଷ୍ଟ ଅପିସ ସ୍କିମ ବେଶ୍ ଉପଯୋଗୀ ।

ପୋଷ୍ଟ ଅଫିସ୍ ସିନିୟର ସିଟିଜେନ୍ ସ୍କିମରେ ବିନିଯୋଗ କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପାଇଁ ଇନଭେଷ୍ଟମେଣ୍ଟ କରିବାକୁ ପଡିବ । ଯଦିଓ, ଏହି ଅବଧି ପୂର୍ବରୁ ଯଦି ଏହି ଆକାଉଣ୍ଟ ବନ୍ଦ ହୋଇଯାଏ, ତେବେ ନିୟମ ଅନୁଯାୟୀ ଆକାଉଣ୍ଟଧାରୀଙ୍କୁ ଏକ ଜରିମାନା ଦେବାକୁ ପଡିବ । ଏହି ଯୋଜନାରେ କିଛି କ୍ଷେତ୍ରରେ ବୟସ ଛାଡ଼ କରାଯାଇଛି । ଗୋଟିଏ ପଟେ ଡାକଘର ସିନିୟର ସିଟିଜେନ୍ ସ୍କିମ ଯୋଜନାରେ ୮.୨ ପ୍ରତିଶତ ସୁଧ ଦିଆଯାଉଛି । ଅନ୍ୟ ପଟେ ଦେଶର ସମସ୍ତ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ସମାନ ଅବଧି ପାଇଁ ଅର୍ଥାତ୍ ୫ ବର୍ଷ ପାଇଁ କେବଳ ୭.୦୦ ରୁ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି।

ଏହି ସରକାରୀ ଯୋଜନାରେ ଜଣେ ନିବେଶକ ମାତ୍ର ୧୦୦୦ ଟଙ୍କା ବିନିଯୋଗ ଆରମ୍ଭ କରିପାରିବେ ଏବଂ ଏଥିରେ ସର୍ବାଧିକ ୩୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ। ଜମା ରାଶି ୧୦୦୦ ଟଙ୍କା ଗୁଣରେ ସ୍ଥିର ହୋଇଛି ଜ୍ଝ ବର୍ତ୍ତମାନ ଯଦି ଆମେ ଏହି ଯୋଜନାରୁ ୨୦୦୦୦ ଟଙ୍କା ରୋଜଗାରର ହିସାବକୁ ଦେଖିବା, ତେବେ ୮.୨ ପ୍ରତିଶତ ସୁଧରେ, ଯଦି ଜଣେ ବ୍ୟକ୍ତି ପ୍ରାୟ ୩୦ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ବାର୍ଷିକ ୨.୪୬ ଲକ୍ଷ ଟଙ୍କା ସୁଧ ପାଇବେ ଏବଂ ଏହା ମାସିକ ପ୍ରାୟ ୨୦,୦୦୦ ଟଙ୍କା ଅଟେ ।

ଡାକ ବିଭାଗର ଏହି ଯୋଜନାରେ, ଆକାଉଣ୍ଟଧାରୀ ମଧ୍ୟ ଟିକସ ଛାଡ଼ର ଲାଭ ପାଇଥାନ୍ତି । SCSSରେ ବିନିଯୋଗ କରୁଥିବା ବ୍ୟକ୍ତିଙ୍କୁ ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ ବାର୍ଷିକ ୧.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଟିକସ ଛାଡ ଦିଆଯାଏ । ଏହି ଯୋଜନାରେ ପ୍ରତି ତିନିମାସରେ ସୁଧ ରାଶି ପ୍ରଦାନ ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିରେ ପ୍ରତ୍ୟେକ ଏପ୍ରିଲ, ଜୁଲାଇ, ଅକ୍ଟୋବର ଏବଂ ଜାନୁଆରୀର ପ୍ରଥମ ଦିନରେ ସୁଧ ପ୍ରଦାନ କରାଯାଏ ।

Get real time updates directly on you device, subscribe now.