ନିବେଶର ମାତ୍ର ୫ ବର୍ଷରେ ପାଇବେ ୪.୯୩ ଲକ୍ଷର ସୁଧ, ଜାଣନ୍ତୁ ପୋଷ୍ଟ ଅଫିସର ଏହି ଯୋଜନା ବିଷୟରେ..
ପୋଷ୍ଟ ଅଫିସର ଦମଦାର ଯୋଜନା, ଏତିକି ଟଙ୍କା ନିବେଶ କଲେ ୫ ବର୍ଷ ପରେ ପାଇବେ ଦମଦାର ସୁଧ
ନୂଆଦିଲ୍ଲୀ: ଯଦି ଆପଣ ନିଜ ଅର୍ଜିତ ଟଙ୍କାକୁ ଏକ ସୁରକ୍ଷିତ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି, ତାହା କେବଳ ପୋଷ୍ଟ ଅଫିସ। ଏଠାରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହ ଭଲ ସୁଧ ମିଳିଥାଏ।
ଏଥିରେ ଅନେକ ଯୋଜନା ରହିଛି। ଏହା ମଧ୍ୟରୁ ଏନଏସସି ଏକ ଲୋକପ୍ରିୟ ଯୋଜନା। ଯେଉଁଥିରେ ଆପଣ ଟଙ୍କା ନିବେଶ କରି ଅଧିକ ସୁଧ ଏକାଠି କରିପାରିବେ।
ତେବେ ବର୍ତ୍ତମାନର କଥା ହେଉଛି, ଏଥିରେ କେତେ ଟଙ୍କା ନିବେଶ କଲେ ୫ ବର୍ଷ ପରେ ୪. ୯୩ ଟଙ୍କା କେବଳ ସୁଧ ପାଇବେ। ଜାଣନ୍ତୁ ଏହି ସ୍କିମ ବିଷୟରେ..
ଏନଏସସି ଯୋଜନା ୭.୭% ବାର୍ଷିକ ସୁଧ ଦରରେ ଚାଲେ, ଯାହା ୫ ବର୍ଷର ଲକ-ଇନ ପିରିୟଡରେ ଚକ୍ରବୃଦ୍ଧି ଭାବେ ବଢିଥାଏ।
ଏହି ଯୋଜନାରେ ସର୍ବନିମ୍ନ ୧,୦୦୦ରୁ ନିବେଶ ଆରମ୍ଭ କରାଯାଇଥାଏ ଏବଂ ସର୍ବାଧିକ ନିବେଶର କୌଣସି ସୀମା ନାହିଁ। ସବୁଠାରୁ ଖାସ କଥା ହେଉଛି ଯେ, ସୁଧ ପ୍ରତି ବର୍ଷ କମ୍ପାଉଣ୍ଡ ହୋଇ ଶେଷରେ ଏକାସାଙ୍ଗରେ ମିଳିଥାଏ, ଯେଉଁଥିରେ ରିଟର୍ଣ୍ଣ ଅଧିକ ବଢିଯାଇଥାଏ।
ଯଦି କୌଣସି ନିବେଶକ ୧୧ ଲକ୍ଷ ଏକସାଙ୍ଗରେ ନିବେଶ କରୁଛନ୍ତି, ତେବେ ୫ ବର୍ଷ ପରେ ପରିପକ୍ୱତା ରାଶି ୧୫.୯୩ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରିବେ। ଅର୍ଥାର ସମୁଦାୟ ଆପଣ ୪.୯୪ ଲକ୍ଷ ଟଙ୍କାର ସୁଧ ପୁଣି ବିନା କୋଣସି ବାଧାରେ ପାଇପାରିବେ। ଏହା ସେହି ଲୋକଙ୍କ ପାଇଁ ଆଦର୍ଶ ବିକଳ୍ପ, ଯିଏ ଲଙ୍ଗ ଟର୍ମରେ ସୁରକ୍ଷିତ ଏବଂ ସ୍ଥିର ରିଟର୍ଣ୍ଣ ଚାହୁଁଛି।