ଆହୁରି ଚମକିବ ଆପଣଙ୍କ ତ୍ୱଚା, ଫିଙ୍ଗି ଦେଉଥିବା ଆଳୁ ଚୋପା କରିବ ସୁନ୍ଦରୀ

ଆଳୁ ଚୋପାରେ ଅଛି ଗୁଣକାରୀ ଉପାଦାନ । ମୁହଁର ସୌନ୍ଦର୍ଯ୍ୟ ଫେରାଇ ଦେବ ଏହାର ବ୍ୟବହାର ।

ଓଡ଼ିଶା ଭାସ୍କର: ଆଳୁ ବ୍ୟବହାର କରିବା ସମୟରେ ଆମେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ ଆଣପ ଜାଣିଛନ୍ତି କି, ଆଳୁ ଚୋପା ଆପଣଙ୍କ ସୌନ୍ଦର୍ଯ୍ୟ ଫେରାଇ ଆଣିବାରେ ସାହାଯ୍ୟ କରିବ । ଆପଣଙ୍କ ସ୍କିନରେ ଦେଖାଯାଉଥିବା ଦାଗ ବି ଚୁଟକିରେ ଦୂର କରିଦେବ ।

ବ୍ରଣ ଦୂର ହେବ: ଆଳୁ ଚୋପାରେ ଥିବା ଉପାଦାନ ବ୍ରଣ ସମାସ୍ୟାକୁ ଚୁଟକିରେ ଦୂର କରିଦେବ । ଏଥିସହ ତ୍ୱଚାରେ ଗଭୀର ଚମକ ଦିଏ ।

ଦାଗ ରହିବନି: ତ୍ୱଚାରୁ ଡେଡ୍ ସେଲକୁ ହଟାଇବାରେ ଆଳୁ ଚୋପା ସାହାଯ୍ୟ କରେ । ନିୟମିତ ଏହାର ପେଷ୍ଟ ବ୍ୟବହାର କରିବା ଦ୍ୱାରା ମୁହଁରେ ଥିବା ଗଭୀର ଦାଗ ଦୂର ହୋଇଯାଏ ।

ଜଳାପୋଡା ସମସ୍ୟା ରୁହେନାହିଁ: କିଛିଜଣଙ୍କ ସ୍କିନ୍ ଖୁବ୍ ସେନସିଟିଭ ହୋଇଥାଏ । ସେମାନଙ୍କଠାରେ ହିଁ ଜଳାପୋଡ଼ା ସମସ୍ୟା ଅଧିକ ଦେଖାଯାଏ । ଏହାକୁ ଦୂର କରିବା ପାଇଁ ଆଳୁ ଚୋପା ବିଶେଷ ଭାବେ ସାହାଯ୍ୟ କରେ ।

ବ୍ରାଇଟନେସ ଆଣେ: ଯଦି ଆପଣ ପ୍ରତିଦିନ ଆଳୁ ଚୋପାକୁ ଫେସପ୍ୟାକ ଭାବେ ମୁହଁରେ ପ୍ରୟୋଗ କରନ୍ତି ତେବେ ସ୍କିନ୍ ଗ୍ଲୋ କରିବା ସହ ମୁହଁ ଗୋରା ଦିଶେ ।