ପୁଣି ମହଙ୍ଗା ହେଲା ଆଳୁ: ପ୍ୟାକେଟ ପିଛା ୪୦୦ଟଙ୍କା ବୃଦ୍ଧି

ଆଳୁ ଦର ପୁଣି ବୃଦ୍ଧି ପାଇଛି। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି। ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି।

ଭୁବନେଶ୍ୱର: ଆଳୁ ଦର ପୁଣି ବୃଦ୍ଧି ପାଇଛି। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି। ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଏବଂ ଖୁଚୁରା ବେପାରୀ ଆଳୁ କେଜି ୩୦ଟଙ୍କାରେ ବିକ୍ରି କରୁଥିଲେ, କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢ଼ିବା ଦ୍ବାରା ବର୍ତ୍ତମାନ ପରିବା ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଟଙ୍କା ଏବଂ ଗଳିକନ୍ଦିରେ କେହି କେହି ୪୫ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।

ଆଳୁ ଦର ବୃଦ୍ଧିକୁ ନେଇ ଗତ ୬ ମାସ ହେଲା ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପରସ୍ପରକୁ ସମାଲୋଚନା କରୁଛନ୍ତି । ହେଲେ ଏହାର ଉପକାର ସାଧାରଣ ଲୋକଙ୍କୁ ମିଳୁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଳୁ କିଲୋ ୨୦ଟଙ୍କାରେ ବିକ୍ରି କରାଯାଉଥିଲା। ହଠାତ ବଜାରରେ ଆଳୁ ସଙ୍କଟ ଦେଖାଦେବାରୁ ଆଳୁ କେଜି ୫୦ରୁ ୬୦ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି କିଛି ଦିନ ଲାଗି ରହିବା ପରେ ସରକାର ପରିସ୍ଥିତି ସ୍ଵାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ। ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ ହିଁ କି ପୂର୍ବ ଦର ୨୦ଟଙ୍କାକୁ ଫେରିପାରି ନାହିଁ।

ବର୍ତ୍ତମାନ ସ୍ଥିତି ହେଉଛି ଓଡ଼ିଶାକୁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ରବିବାର ଭୁବନେଶ୍ୱରକୁ ଉତ୍ତର ପ୍ରଦେଶରୁ ୭ଟି ଟ୍ରକ ଆଳୁ ଆସିଥିବା ବେଳେ ପଶ୍ଚିମବଙ୍ଗରୁ ୧୮ ୧୮ ଟ୍ରକ ଆଳୁ ଆସିଛି। ଆଇଗିଣିଆ ଆଳୁଗଦିରେ ଉତ୍ତର ପ୍ର ପ୍ରଦେଶ ଆଳୁ କେଜି ପରିବହନ ଖର୍ଚ୍ଚ ମିଶାଇ କିଲୋଗ୍ରାମ ପିଛା ୨୫ରୁ ୨୬ ଟଙ୍କା ରହୁଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୪ ଟଙ୍କା ପଡୁଛି; କିନ୍ତୁ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ନ ଆସିବା ଏବଂ ଲୋକ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ପସନ୍ଦ କରୁ ନଥିବାରୁ ବିକ୍ରି କମ୍ ରହୁଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଆଳୁ କେଜି ଜଜି ୧୮ରୁ ୧୯ ଟଙ୍କା ରହିଛି। ଓଡ଼ିଆ ବ୍ୟବସ ଅଧିକ ଆଳୁ ଆଣୁଥିବାରୁ ସେମାନଙ୍କୁ ଆହୁରି କମ ଦାମ ପଡୁଛି । ପୂର୍ବରୁ ପଶ୍ଚି ବସାୟୀ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ୧ଟଙ୍କା ୫୦ପଇସା ପରିବହନ ଖର୍ଚ୍ଚ ପଡୁଥିଲା।

କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ଖର୍ଚ୍ଚ ପଡୁଛି। ପଶ୍ଚିମବଙ୍ଗ ଆଳୁ ଉପରେ ପରିବହନ ଖର୍ଚ୍ଚକୁ ମିଶାଇଲେ ଆଇଗିଣିଆରେ କେଜି ପ୍ରତି ୨୫ଟଙ୍କା ଭିତରେ ରହିଛି। ଆଳୁ କେଜି ପ୍ରତି ଦେଢ଼ ଟଙ୍କା ପରିବହନ ଖର୍ଚ୍ଚ ହେଉଥିବା କାହିଁକି ୫ଟଙ୍କା ଖର୍ଚ୍ଚ ଲାଗୁ ହେଉଛି ବୋଲି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।