fbpx
BSKY
BJD MC SKY
BJD MS SKY

ପୃଥିବୀ ନିକଟ ଦେଇ ଗତି କରିବ ବୁର୍ଜ ଖଲିଫା ସମ ବିଶାଳକାୟ ଆଷ୍ଟରଏଡ୍, ଦିଗ ଓ ଗତି ବଦଳାଇଲେ ପୃଥିବୀ ପ୍ରତି ବିପଦ

ନୂଆଦିଲ୍ଲୀ:ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ଏକ ବିରାଟକାୟ ଆଷ୍ଟରଏଡ୍ । ଏହି ଆଷ୍ଟରଏଡ୍ ୧୧ ଜୁନ୍ ୨୦୨୩ରେ କେଉଁ ସମୟରେ ବି ପୃଥିବୀ ନିକଟ ଦେଇ ଗତି କରିପାରେ । ଏହା ବିପଦଜନକ ଏଇଥିପାଇଁ କି ଏହାର ଆକାର ବହୁତ ବଡ ଅର୍ଥାତ୍ ଏହାର ଆକାର ବିଶ୍ୱର ସବୁଠାରୁ ଉଚ୍ଚକୋଠା ବୁର୍ଜ ଖଲିଫା ସହ ସମାନ । ଏହି ଆଷ୍ଟରଏଡ୍ ପୃଥିବୀ ଠାରୁ ପ୍ରାୟ ୩୧ ଲକ୍ଷ କିଲୋମିଟର ଦୂରତାରେ ଅତିକ୍ରମ କରିବ । ଏହି ଦୂରତା ପୃଥିବୀ ଓ ଚନ୍ଦ୍ରମା ମଧ୍ୟରେ ଦୂରତାର ୮ ଗୁଣ । କିନ୍ତୁ କୌଣସି କାରଣରୁ ଏହାର ଦିଗ ପରିବର୍ତ୍ତନ ହେଲେ ଏହା ପୃଥିବୀକୁ ଧ୍ୱଂସ କରିଦେବ । ଏତେ ବଡ ଆଷ୍ଟରଏଡ୍ ପୃଥିବୀ ସହ ପିଟିହେଲେ ଭୟାନକ ବିସ୍ଫୋରଣ ସୃଷ୍ଟି ହେବ ।

ଏହି ଆଷ୍ଟରଏଡ୍ ର ନାମ ୧୯୯୪ଏକ୍ସଡି । ଏହା ୧୨୦୦ରୁ ୨୭୦୦ଫୁଟ ଚଉଡା । ତେବେ ଏହା ଏକମାତ୍ର ବିଶାଳକାୟ ଆଷ୍ଟରଏଡ୍ ନୁହେଁ । କଥା ହେଉଛି ଏହି ଆଷ୍ଟରଏଡ୍ ନିଜ ଉପଗ୍ରହ ସହିତ ପୃଥିବୀ ଦେଇ ଗତି କରିବ ଯାହା କି ବେଶ୍ ଭୟାନକ ସ୍ଥିତି ଅଟେ । ଅର୍ଥତ୍ ଏହି ଆଷ୍ଟରଏଡ୍ର ଚାରିପଟେ ଘୁରୁଥିବା ଏକ ଉପଗ୍ରହ ବି ରହିଛି ।

ନାସା କହିଛି ଏହି ଆଷ୍ଟରଏଡ୍ ପୃଥିବୀ ଠାରୁ ସୁରକ୍ଷିତ ଦୂରତାରେ ଯାତ୍ରା କରୁଛି । କିନ୍ତୁ ଏହାକୁ ନାସା ଭୟାନକ ଓ ବିପଦଜନକ ଶ୍ରେଣୀରେ ରଖିଛି । କାରଣ ଏହାର ଆକାର ଓ ଧରିତ୍ରୀ ଠାରୁ ଏହାର ଦୂରତା ଏହାକୁ ବିପଦପୂର୍ଣ୍ଣ କରାଉଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅନ୍ତରୀକ୍ଷରୁ ଆସୁଥିବା କୌଣସି ବି ପଥର ଯାହା ୪୬୦ ଫୁଟରୁ ଅଧିକ ବଡ ଓ ପୃଥିବୀ ଠାରୁ ୭୪.୮ କିଲୋମିଟର ଦୂରତାରେ ରହିଛି ତାହାକୁ ବିପଦଜନକ ମନେ କରାଯାଏ ।

ତେବେ ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଆଗାମୀ ୧୦୦୦ ବର୍ଷ ଭିତରେ କୌଣସି ଆଷ୍ଟରଏଡ୍ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ନାହିଁ । କିନ୍ତୁ କୌଣସି ବି ଆଷ୍ଟରଏଡ୍ ପୃଥିବୀ ଲାଗି ବିପଦଜନକ ସାବ୍ୟସ୍ତ ହୋଇପାରେ ଯଦି ଏହାର ଦିଗ ଓ ଗତିରେ ସାମାନ୍ୟ ପରିବର୍ତ୍ତନ ଘଟେ ।

Get real time updates directly on you device, subscribe now.