fbpx

୭କୋଟି ଟଙ୍କା ସହ ଭ୍ୟାନ ଗାଏବ , ଆଖି ପିଛୁଳାକେ ଉଡାଇନେଲେ ଲୁଟେରା

ପଞ୍ଜାବ : ବର୍ତ୍ତମାନ ସାରା ଦେଶରେ ଚୋରି ଡକାୟତିର ମାମଲା ବୃଦ୍ଧିପାଇବାରେ ଲାଗିଛି । ଏହିଭଳି ଏକ ଖବର ସାମ୍ନାକୁ ଆସିଛି , ପଞ୍ଜାବର ଲୁଧିଆନା ଅଞ୍ଚଳରେ ୭ କୋଟି ଟଙ୍କାର ଚୋରି ହୋଇଛି । ATM ମେସିନକୁ ଟଙ୍କା ପଠାଉଥିବା CMS କମ୍ପାନୀରେ ଥିବା ଟଙ୍କା ଭର୍ତ୍ତି ଭ୍ୟାନ ରାଜଗୁରୁ ନଗର ଠାରୁ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମାରଣାସ୍ତ୍ର ଧରି CMSର ଟଙ୍କା ଭର୍ତ୍ତି ଭ୍ୟାନ ଉପରେ ଆକ୍ରମଣ କରିଥିଲେ । କିଛି ଲୁଟେରା ସେନ୍ସର ତାର ବାହାର କରିବା ସହ ସିସିଟିଭିର DVR ମଧ୍ୟ ଚୋରି କରିନେଇଥିବା କହିଛି କମ୍ପାନୀ ।ପୋଲିସକୁ ଏହି ଘଟଣା ନେଇ ବିଳମ୍ବରେ ସୂଚନା ଦିଆଯାଇଥିଲା ,ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ପୋଲିସ । ପୋଲିସର କହିବା ଅନୁସାରେ ଏହି ଘଟଣାଟି ରାତି ପ୍ରାୟ ୧.୩୦ ରେ ହୋଇଥିବା ବେଳେ ପୋଲିସକୁ ସକାଳ ୭ଟାରେ ସୂଚନା ମିଳିଥିଲା ।

ପୋଲିସ କହିଛି ଯେ ଟଙ୍କା ଖୋଲା ରୁମ ମଧ୍ୟରେ ରଖାଯାଇଥିଲା । ୯-୧୦ ଜଣ ଲୁଟେରା ଏହି ଘଟଣାରେ ସାମିଲ ହୋଇଥିବା ଜଣାଯାଇଛି । ଜଣେ ବ୍ୟକ୍ତି କମ୍ପାନୀର ପଛପଟୁ ଯାଇଥିବା ବେଳେ ଅନ୍ୟ ମାନେ ସାମ୍ନାପଟୁ ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣାରେ ଜଣେ ମହିଳା ମଧ୍ୟ ସାମିଲ ଥିବାର ଆଶଙ୍କା କରାଯାଉଛି । ।

Get real time updates directly on you device, subscribe now.