fbpx

ପାୱେଲ ଓ ପୁରନଙ୍କ ଅର୍ଦ୍ଧଶତକ ବେକାର: ଶେଷ ଓଭର ଥ୍ରିଲର ସହିତ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତ ଟି-୨୦ ସିରିଜ ଉପରେ କବଜା କରିଛି । ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି । ରୋହିତ ଶର୍ମାଙ୍କ ସହ ମିଶି ଦଳକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ୧୮ ବଲରେ ୧୯ ରନ କରି ପାଭିଲିୟନ ଫେରି ଯାଇଥିଲେ ରୋହିତ । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତଙ୍କ ସହ ମିଶି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ରଷ୍ଟନ ଚେଜଙ୍କ ବଲରେ ଛକା ମାରି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ । ଜାସନ ହୋଲ୍ଡରଙ୍କ ଦ୍ୱାରା ବିରାଟଙ୍କ କ୍ୟାଚ ଡ୍ରପ ହୋଇ ଏହା ଛକାକୁ ଚାଲିଯାଇଥଇଲା । ଏହି ଛକା ସହିତ ବିରାଟ ଏ ବର୍ଷର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । କିନ୍ତୁ ଏହାର କିଛି ସମୟ ପରେ ରଷ୍ଟନ ତାଙ୍କ ୱିକେଟ ନେଇ ଏହାର ପ୍ରତିଷୋଧ ନେଇଛନ୍ତି ।

୧୮୭ ରନ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୁରନ ଏବଂ ରୋଭମାନ ପାୱେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ମ୍ୟାଚ୍ ସହିତ ସିରିଜ୍ ଜିତି ନେଇଥିଲା ଭାରତ । ଅନ୍ତିମ ଓଭରେ ୨୫ ରନ ଆବଶ୍ୟକ ରହିଥିଲା । ହର୍ଷଲ ପଟେଲ ବୋଲିଂ କରିଥିବା ଓଭରର ପ୍ରଥମ ଦୁଇ ବଲରେ ମାତ୍ର ୨ ରନ ସଂଗୃହୀତ ହୋଇଥିଲା । ତେବେ ପରବର୍ତ୍ତୀ ବଲରେ ଦୁଇଟି ଛକା ସହିତ ମ୍ୟାଚକୁ ରୋଚକ କରି ଦେଇଥିଲେ ପାୱେଲ । ଅନ୍ତିମ ଦୁଇ ବଲରେ ପୁନର୍ବାର ୨ ରନ ହେବା ସହିତ ଭାରତ ୮ ରନରେ ମ୍ୟାଚକୁ ଜିତି ନେଇଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ପୁରନ ୪୧ ବଲରୁ ୬୨ ରନ କରିଥିବା ବେଳେ ପାୱେଲ ଅପରାଜିତ ୬୮ ରନ କରିଥିଲେ । ପାୱେଲଙ୍କ ଇନିଂସରେ ୪ ଚୌକା ଓ ୫ ଛକା ସାମିଲ ରହିଥିବା ବେଳେ ପୁରନ ୫ ଚୌକା ଓ ୩ ଛକା ମାରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.