fbpx

ଗଭୀର ବିଦ୍ୟୁତ୍ ସଙ୍କଟ! ବନ୍ଦ ହୋଇଗଲା ରେଳର ଗତି

ନୂଆଦିଲ୍ଲୀ: ସମ୍ପୁର୍ଣ୍ଣ ଭାରତରେ ଏବେ ପ୍ରବଳ ଗରମ ଲାଗି ରହିଥିବା ବେଳେ ପ୍ରବଳ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଛି । କୋଇଲା ସଙ୍କଟକୁ ନେଇ ଆରମ୍ଭ ହୋଇଥିବା ଏହି ସମସ୍ୟାର ସମାଧାନ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଏହି ସଙ୍କଟ କାରଣରୁ ଭାରତ ସରକାର ୭୫୩ ଟ୍ରେନ୍ ଚଳାଚଳ ବନ୍ଦ କରି ଦେଇଛନ୍ତି । ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରି ପ୍ରାଥମିକ କ୍ଷେତ୍ରରେ କୋଇଲାର ଅଭାବ ମେଣ୍ଟାଇବା ଲାଗି ଏହି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ।

ରେଳବାଇ କହିଛି ଯେ, ସାଉଥ-ଇଷ୍ଟ ସେଣ୍ଟ୍ରାଲ ରେଲବାଇର ୧୧ ଯୋଡ଼ା ମିଡିୟମ ଏକ୍ସପ୍ରେସ୍ ଏବଂ ୬ ଜୋଡ଼ା ପାସେଞ୍ଜର ଟ୍ରେନ୍ ଋଦ୍ଧ କରାଯାଇଛି । ଏହା ସହିତ ଉତ୍ତର ରେଳବାଇର ୨ ଯୋଡ଼ା ଲେଖାଏଁ ମିଡିୟମ ଏବଂ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ମୋଟ୍ ୧୩ ଯୋଡ଼ା ଏକ୍ସପ୍ରେସ୍ ଏବଂ ୮ ଯୋଡ଼ା ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଏହାବାଦ୍ ରେଳବାଇ ଏହା ମଧ୍ୟ କହିଛି ଯେ, ସାଉଥ୍-ଇଷ୍ଟ ସେଣ୍ଟ୍ରାଲର ମିଡିୟମ ଏକ୍ସପ୍ରେସ୍ ୩୪୩ ଟ୍ରେନ୍ ଏବଂ ୩୭୦ ପାସେଞ୍ଜର ଟ୍ରେନ୍ ର ଯାତ୍ରା ବାତିଲ ହୋଇଛି । ସେହିଭଳି ଉତ୍ତର ରେଳବାଇର ୨୦ ଟି ଲେଖାଏଁ ମିଡିୟମ ଏବଂ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି । ଏହିଭଳି ଭାବରେ ମୋଟ୍ ୭୫୩ ଟ୍ରେନ୍ ର ବାତିଲ ହୋଇଥିବା ସୂଚନା ମିଳିଛି ।

ଦେଶରେ ପ୍ରବଳ ଗରମ ଲାଗି ରହିଥିବା ବେଳେ ବିଦ୍ୟୁତ୍ ର ଚାହିଦା ବହୁତ୍ ବଢ଼ିଯାଇଛି । ଏଭଳି ସମୟରେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡ଼ିକରେ କୋଇଲାର ଅଭାବ ଦେଖା ଦେଇଛି । ଏହାକୁ ଲକ୍ଷ୍ୟରେ ରଖି ଅନେକ ରାଜ୍ୟ ବିଜୁଳି କାଟ ମଧ୍ୟ କରୁଛନ୍ତି ।

ରେଳବାଇ କହିଛି ଯେ ପ୍ରାଥମିକ ସ୍ତରରେ କମ୍ ଜନ ଗହଳି ପୁର୍ଣ୍ଣ ସ୍ଥାନରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି । ବୋର୍ଡ ପକ୍ଷରୁ ସମୟେ ସମୟେ ଏହାର ସମିକ୍ଷା କରାଯାଉଛି । ତେବେ କୋଇଲା ପହଁଞ୍ଚାଇବା ଲାଗି ୫୩୩ ଟ୍ରେନ୍ ନିୟୋଜିତ ହୋଇଥିବା ବୋର୍ଡ ସୂଚନା ଦେଇଛି । ଯାହା ୧.୬୨ ଟନ୍ କୋଇଲା ସପ୍ଲାଇ କରିବ ।

Get real time updates directly on you device, subscribe now.