୩ ମିନିଟ ରଚିଲା ମୃତ୍ୟୁର ତାଣ୍ଡବ, ଏପଟେ ପୁଅ ଫସିଲା ଲିଫ୍ଟରେ, ସେପଟେ ବାପାକୁ ଆସିଲା ହାର୍ଟଆଟାକ୍

ସବୁ କିଛି ସାରିଦେଲା ୩ ମିନିଟ୍।

ଭୋପାଲ:  ୩ ମିନିଟ ସାରିଦେଲା ସବୁ କିଛି। ମାତ୍ର ତିନି ମିନଟ୍ ପାଇଁ ଚାଲିଗଲା ବାପାର ଜୀବନ।  ଗୋଟେପଟେ ଲିଫ୍ଟରେ ଫସିଲା ୮ ବର୍ଷର ପୁଅ। ଆଉ ପୁଅ ଲିଫ୍ଟରେ ଫସିଥିବା ଦେଖି ୫୧ ବର୍ଷୀୟ ବାପାକୁ ଆସିଲା ହାର୍ଟଆଟାକ୍।

ଅବଶ୍ୟ ସେତେବେଳେ ଲିଫ୍ଟର ଲାଇଟ୍ କଟିଯିବାରୁ ଫସି ଯାଇଥିଲା ଛୋଟ ପୁଅଟି। ଯେ କିହି ବି ବାପା ଏହି ସମୟରେ ଧର୍ଯ୍ୟହରା ହୋଇଯିବା ସ୍ୱଭାବିକ। କାରଣ କୁନି ପିଲାଟି ଲିଫ୍ଟ ଭିତରେ ଫସି ଯିବା କିଛି ଛୋଟ କଥା ନୁହେଁ। ହେଲେ ଲିଫ୍ଟ ବେଶୀ ସମୟ ନୁହେଁ, ମାତ୍ର ୩ ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା। ହେଲେ ଏତିକି ସମୟ ସବୁକିଛି ସାରିଦେଲା।

ଲିଫ୍ଟରେ ଫସିଗଲା ପୁଅ:  ରାତି ପ୍ରାୟ ୧୦:୩୦ ସମୟ ହେବ। ଘଟଣା ଘଟିଥିଲା ​​ଭୋପାଳର ଜାଟଖେଡିର ନିରୁପମ ରୟାଲ ପାମ୍ କଲୋନିରେ। ଯେତେବେଳେ ବାପା ରିଷିରାଜ ବାହାରକୁ ବୁଲିବାକୁ ଯାଉଥିଲେ।

ସାନପୁଅ ଦେବାଂଶ ସେତେବେଳେ ବାହାରେ ଖେଳୁଥିଲା। ତେଣୁ ବାପା ଦେବାଂଶକୁ କହିଲେ ଖେଳ ସାରି ଘରକୁ ଫେରି ଆସିବାକୁ। ଆଉ ବାପାଙ୍କ କଥା ମାନି ନାବାଳକ ପୁଅଟି ଘରକୁ ଫେରୁଥିଲା।

ସୂଚନାନୁଯାୟୀ, ଏହି ସମୟରେ ପୁଅଟି ନିଜ ଘରକୁ ଯିବା ପାଇଁ ଲିଫ୍ଟକୁ ଆସିଲା। ଆଉ ପୁଅଟି ଲିଫ୍ଟରେ ପଶୁ ପଶୁ ଲାଇଟ୍ କଟିଯାଇଥିଲା। ଆଉ ଲାଇଟ୍ କଟିଯିବାରୁ ପିଲାଟି ଲିଫ୍ଟ ଭିତରେ ଫସିଗଲା।

ଟେନସନ ହୋଇଗଲେ ବାପା:  ଆଉ ଦେବାଂଶ ଲିଫ୍ଚ ଭିତରେ ଫସିଯିବା ଦେଖି ଟେନସନ ହୋଇଗଲେ ବାପା ରିଷିରାଜ। ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀଙ୍କ ପାଖକୁ ଦୌଡ଼ିଗଲେ। ଆଉ ଯାଇ ଗାର୍ଡଙ୍କୁ ଶୀଘ୍ର ଜେନେରେଟର ଆରମ୍ଭ କରିବାକୁ କହିଲେ। ଆଉ ଲିଫ୍ଟର ଚାବି ମଧ୍ୟ ମାଗିଲେ।

ସେ ଲିଫ୍ଟ ପାଖକୁ ପ୍ରାୟ ୨୫ ରୁ ୩୦ ପାହାଚ ଚାଲିବା ପରେ ତଳେ ପଡ଼ିଗଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଜେନେରେଟର ଆରମ୍ଭ ହେବା ମାତ୍ରେ ୩ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ଫେରି ଆସିଲା ଏବଂ ଦେବାଂଶ ସୁରକ୍ଷିତ ଭାବରେ ବାହାରକୁ ଆସିଗଲେ।

ପୁଅ ପାଇଁ ଚାଲିଗଲା ବାପାଙ୍କ ଜୀବନ:  ହେଲେ ଏହି ୩ ମିନିଟ୍ ସବୁ କିଛି ଛାର ଖାର କରିଦେଇଥିଲା।  ପୁଅ ବାହାରକୁ ଆସିବା ବେଳକୁ ବାପା ରିଷିରାଜ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କ ବଡ଼ ପୁଅ ହର୍ଷିତ ଏବଂ ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।